ସ୍ବାମୀଙ୍କ ସହ ରୋଡ ଟ୍ରିପ୍‌ରେ ବାହାରିଲେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ, କ୍ୟାନସରରୁ ମୁକ୍ତ ହେବା ପରେ ପ୍ରଥମ ଆଉଟିଂ…

Published By : Prameya-News7 Bureau | November 13, 2019 IST

ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଏବେ ସିଲଭର ସ୍କ୍ରିନରୁ ଦୂରରେ ଅଛନ୍ତି। ହେଲେ ଅଧିକାଂଶ ସମୟରେ ସୋନାଲୀ ନିଜ ଜୀବନ ବିଷୟରେ ସୋସିଆଲ ମିଡିଆରେ ସେୟାର କରନ୍ତି। ଗତ କାଲି ସୋନାଲୀଙ୍କର ମ୍ୟାରେଜ ଆନିଭର୍ସରୀ ଥିଲା। ସୋନାଲୀ ନିଜ ଫ୍ୟାନ୍ସଙ୍କ ପାଇଁ କିଛି ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

{"id":183440,"width":551,"height":959,"sizeSlug":"large"}

ଏହି ଫଟୋରେ ସବୁଠୁ ଖାସ ତାଙ୍କ କ୍ୟାପସନ ଥିଲା।ପୋଷ୍ଟରେ ସେ ନିଜ କ୍ୟାନ୍ସର ରୋଗ ବିଷୟରେ କହିଛନ୍ତି। ସୋନାଲୀଙ୍କ କ୍ୟାନ୍ସରରେ ଆକ୍ରାନ୍ତ ଥିଲେ ଓ ଏବେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଭାବେ ଠିକ୍‌ ଅଛନ୍ତି। ଏବେ ସେ ତାଙ୍କ ସ୍ବାମୀଙ୍କ ସହ ରୋଡ ଡ୍ରାଇଭ୍‌ରେ ବାହାରିଛନ୍ତି।

{"id":183441,"sizeSlug":"large"}

ସୋନାଲୀ କ୍ୟାପସନରେ ଲେଖିଛନ୍ତି ଯେ, ଗତ ବର୍ଷ ଏହି ଦିନ ସେମାନେ ନ୍ୟୁୟର୍କର ଡାକ୍ତରଖାନାରେ ଥିଲେ। ଏବେ ନୂଆ ଜୀବନ ପାଇବା ପରେ ସେ ଜୀବନକୁ ନିଆରା ଭାବେ ବଞ୍ଚିବାକୁ ଚାହାନ୍ତି। ନିଜ ୧୭ତମ ମ୍ୟାରେଜ ଆନିଭର୍ସରୀ ଅବସରରେ ଉଭୟ ସ୍ବାମୀ ସ୍ତ୍ରୀ ରୋଡ ଟ୍ରିପ୍‌ରେ ବାହାରିଛନ୍ତି ବୋଲି ସୋନାଲୀ କହିଛନ୍ତି।

{"id":183442,"sizeSlug":"large"}

ସୋନାଲୀଙ୍କ କହିବା ଅନୁସାରେ ଏବେ ତାଙ୍କ ସ୍ବାମୀ କେବଳ ତାଙ୍କ ଉପରେ ଧ୍ୟାନ ଦେଉଛନ୍ତି। ସୋନାଲୀ ତାଙ୍କ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି ବୋଲି ଲେଖିଛନ୍ତି ଓ ଆନିଭର୍ସରୀର ଶୁଭକାମନା ଜଣାଇଛନ୍ତି। ସୋନାଲୀଙ୍କର ଏହି ପୋଷ୍ଟରେ ଅନେକ ବଲିଉଡ ଷ୍ଟାରମାନେ କମେଣ୍ଟ ମଧ୍ୟ ଦେଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.