ପ୍ରଥମ ଥର ସୋନାଲି ବେନ୍ଦ୍ରେ ପରିବାର ସହ ପାଳି ପାରିଲେନି ଗଣେଶ ପୂଜା, ଭାବ ବିହ୍ବଳ ହୋଇ ପୋଷ୍ଟ କଲେ ସ୍ବାମୀ ଓ ପୁଅ ଆରତି କରୁଥିବା ଫଟୋ

Published By : Prameya-News7 Bureau | September 15, 2018 IST

ମୁମ୍ବାଇ ୧୫/୯: ସୋନାଲି ବେନ୍ଦ୍ରେ ଏବେ କ୍ୟାନସର୍ ସହ ସଂଘର୍ଷ କରୁଛନ୍ତି। ତାଙ୍କର ଏହି ସଂଘର୍ଷରେ ତାଙ୍କ ଫ୍ୟାନ , ବନ୍ଧୁ ଓ ତାଙ୍କ ପରିବାର ତାଙ୍କ ସହ ଠିଆ ହୋଇଛନ୍ତି। ସୋନାଲିଙ୍କ ଚିକିତ୍ସା ନ୍ୟୁୟର୍କରେ ଚାଲିଛି । ସେ ଏବେ ବହୁତ ପୁରୁଣା କଥା ମିସ୍ କରୁଛନ୍ତି। ପ୍ରତି ବର୍ଷ ସୋନାଲି ତାଙ୍କ ଘରେ ପୂରା ପରିବାର ସହିତ ଗଣେଶ ପୂଜା ପାଳନ କରନ୍ତି। ଗଣେଶଙ୍କ ସ୍ଥାପନା, ପୂଜା ଏବଂ ବିସର୍ଜନ ସବୁକିଛିକୁ ସେ ବହୁତ ଶ୍ରଦ୍ଧାର ସହ କରିଥା’ନ୍ତି। କିନ୍ତୁ ଭାଗ୍ୟର ବିଡ଼ମ୍ବନା । ଚଳିତ ବର୍ଷ ତାଙ୍କ ବିନା ପରିବାରରେ ଗଣେଶ ପୂଜା ପାଳନ କରାଯାଇଛି। ସୋନାଲି ଏହି ଉତ୍ସବକୁ ଅତ୍ୟନ୍ତ ହୃଦୟ ସହିତ ମାନିଥାନ୍ତି । ସେଥିପାଇଁ ସେ ଏହି ଦିନଟିକୁ ବହୁତ ମିସ୍ କରିଛନ୍ତି। ସୋନାଲି ନିଜ ସୋଶିଆଲ ଆକାଉଣ୍ଟରେ କେତେକ ଫଟୋ ସେୟାର କରିଛନ୍ତି । ଯେଉଁଥରେ ତାଙ୍କ ସ୍ବାମୀ ଗୋଲ୍ଡି ବେହେଲ ଏବଂ ପୁଅ ରଣବୀର ଗଣେଶଙ୍କ ଆରତି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.