୪ମାସ ପରେ ଘରକୁ ଫେରୁଛନ୍ତି ସୋନାଲି; ନ୍ୟୁୟର୍କରେ ଚାଲିଛି ହାଇଗ୍ରେଡ଼ କ୍ୟାନସରର ଚିକିତ୍ସା

Published By : Prameya-News7 Bureau | December 02, 2018 IST

ମୁମ୍ବାଇ ୨/୧୨ : ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ହାଇଗ୍ରେଡ଼ କ୍ୟାନସରରେ ପୀଡିତ ହୋଇ ଗତ ଜୁଲାଇ ମାସରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି | ଗତ ୫ମାସ ହେଲା ତାଙ୍କର ମେଟାଷ୍ଟେଟିକ କ୍ୟାନସରର ଚିକିତ୍ସା ଚାଲିଛି | ଶୁଣିବାକୁ ମିଳିଛି ସୋନାଲି କିଛି ଦିନ ପାଇଁ ନିଜ ଦେଶ, ନିଜ ଘରକୁ ଫେରୁଛନ୍ତି | ଏନେଇ ସେ ନିଜେ ତାଙ୍କର ଇନ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି | ସେ କହିଛନ୍ତି ଯେ, " ଦୂରତା ଯୋଗୁଁ ସମ୍ପର୍କ ମଧ୍ୟରେ ଦୂରତା ବଢେ | ଆଉ ଏହା ସତ୍ୟ | ଏହାକୁ ନଜରଅନ୍ଦାଜ କରାଯାଇ ପାରିବନାହିଁ | ତେବେ ଏହି ଦୂରତା କଣ ଶିକ୍ଷା ଦେଇଥାଏ ତାହା ଅନୁଭବ କରିବା ଉଚିତ | ଘରଠୁ ଦୂର ନ୍ୟୁୟର୍କରେ ରହି ମତେ ଅନୁଭବ ହୋଇଛି ଯେମିତି ମୋ ସହିତ କେତେଗୁଡ଼ାଏ କାହାଣୀର କଳ୍ପନା ଚାଲିଛି | ଆଉ ସେହି କାହାଣୀ ଗୁଡିକ ନିଜର ଏକ ଅଧ୍ୟାୟ ଲେଖିବାକୁ ଚେଷ୍ଟା କରୁଛନ୍ତି | ପ୍ରତ୍ୟେକ କାହାଣୀ ସଂଘର୍ଷ କରୁଛି କିନ୍ତୁ ହାର ମାନିବାକୁ ନାରାଜ | ଏବେ ମୁଁ ମୋ ରାସ୍ତାରେ ଅଛି ଯେଉଁଠି ମୋ ହୃଦୟ ଅଛି | ଆଉ ଏହା ଏମିତି ଏକ ଅନୁଭୁତୁ ଯାହାକୁ ଶବ୍ଦରେ ବର୍ଣନା କରିବା ମୁସ୍କିଲ | ତଥାପି ମୁଁ କରିବାକୁ ଚେଷ୍ଟା କରୁଛି | ମୋ ପରିବାର, ବନ୍ଧୁ ଏବଂ ସାଙ୍ଗମାନଙ୍କୁ ପୁଣିଥରେ ସାକ୍ଷାତ କରିବାର ଖୁସି ମୁଁ ବର୍ଣନା କରିପାରୁନାହିଁ | ସଂଘର୍ଷ ସରିନାହିଁ, ଏବେ ମଧ୍ୟ ଜାରି ରହିଛି | କିନ୍ତୁ ମୁଁ ଖୁସି ଅଛି | ଆଉ ଏହି ଅନ୍ତରାଳର ଅପେକ୍ଷା ମୁଁ ବହୁ ଦିନରୁ କରୁଥିଲି | ନିଜ ପରିବାରକୁ ସାକ୍ଷାତ କରିବା ମୁହୂର୍ତ୍ତ ମୋ ପାଇଁ ସାମାନ୍ୟ ନୁହଁ | ସେହି ମୁହୂର୍ତ୍ତକୁ କୁଂଢ଼େଇବା ପାଇଁ ମୁଁ ଅପେକ୍ଷା କରିଛି |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.