ଦେଶର ପ୍ରଥମ ମହିଳା ମେରାଇନ ଇଞ୍ଜିନିୟର ସୋନାଲି ବାନାର୍ଜୀ, ମାତ୍ର ୨୨ ବର୍ଷରେ ଏକ ଅନନ୍ୟ ରେକର୍ଡର ଅଧିକାରିଣୀ

Published By : Prameya-News7 Bureau | March 12, 2020 IST

ନୁଆଦିଲ୍ଲୀ, ୧୨|୦୩: ଆଜିକାଲି ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ ନୁହଁନ୍ତି।  ସେମାନେ ମଧ୍ୟ ପୁଅଙ୍କ ଭଳି ଅନେକ ଚ୍ୟାଲେଞ୍ଜିଂ କ୍ୟାରିଅରରେ ଯୋଗଦେଉଛନ୍ତି। ପୂର୍ବରୁ ଭାରତୀୟ ମହିଳାମାନେ ମେରାଇନ୍ ଇଞ୍ଜିନିୟର ହେବା କଥା ସ୍ୱପ୍ନରେ ମଧ୍ୟ ଚିନ୍ତା କରୁନଥିଲେ। ଏହା ମଧ୍ୟରେ ସୋନାଲି ବାନାର୍ଜୀ ନିଜ ସ୍ୱପ୍ନକୁ ସାକାର କରି ଦେଶର ପ୍ରଥମ ମେରାଇନ ଇଞ୍ଜିନିୟର ହୋଇଛନ୍ତି।

{"id":237157,"width":751,"height":507,"sizeSlug":"large"}

ସୋନାଲି ନିଜ ମାମୁଙ୍କଠାରୁ ମେରାଇନ ଇଞ୍ଜିନିୟର ହେବା ପାଇଁ ପ୍ରେରଣା ପାଇଥିଲେ। କାରଣ ତାଙ୍କ ମାମୁଁ ନୌସେନାରେ କାମ କରୁଥିଲେ। ପିଲାଦିନେ ମାମୁଁଙ୍କ ମୁହଁରୁ ସମୁଦ୍ର କଥା ଶୁଣି ସୋନାଲି ଜାହାଜରେ କାମ କରିବା ପାଇଁ ଇଚ୍ଛା କରୁଥିଲେ। ବଡ ହେବା ପରେ ତାଙ୍କର ଏହି ସ୍ୱପ୍ନ ବାସ୍ତବତାର ରୂପ ନେଇଥିଲା। ସେ ମେରାଇନରେ ନିଜର କ୍ୟାରିଅର କରିବା ପାଇଁ ଚିନ୍ତା କରିବାକୁ ଲାଗିଲେ।

ଦ୍ୱାଦଶ ପାସ କରିବା ପରେ ସୋନାଲି ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ମେରାଇନ ଇଞ୍ଜିନିୟରିଂ ପଢିବାକୁ ଚାହିଁଥିଲେ । କୋଲକାତାରେ ଥିବା ମେରାଇନ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆଡମିସନ କରିଥିଲେ। ସେଠାରେ ସେ ଏକମାତ୍ର ମହିଳା ଛାତ୍ରୀ ଥିଲେ। ତାଙ୍କ ରହିବାର ବ୍ୟବସ୍ଥା କରିବା ପାଇଁ କଲେଜ କତୃର୍ପକ୍ଷ ଅଧିକ ପରିଶ୍ରମ କରିଥିଲେ। ଅନେକ ଆଲୋଚନା ପରେ ତାଙ୍କୁ ଅଫିସର୍ସ କ୍ୱାର୍ଟର୍ସରେ ରଖାଗଲା। ୧୯୯୯ରେ ସେ ଇଞ୍ଜିନିୟରିଂ ପାସ କରି ୧୫୦୦ ଛାତ୍ରଙ୍କ ମଧ୍ୟରୁ ଦେଶର ପ୍ରଥମ ମହିଳା ମେରାଇନ ଇଞ୍ଜିନିୟର ହୋଇପାରିଥିଲେ। ତାଙ୍କୁ ଏକ ସିପିଂ କମ୍ପାନୀରେ ୬ ମାସର ଟ୍ରେନିଂ ପାଇଁ ସୁଯୋଗ ମିଳିଥିଲା। ଏଥିରେ ସେ ଜାହାଜରେ ସିଙ୍ଗାପୁର, ଶ୍ରୀଲଙ୍କା, ଥାଇଲାଣ୍ଡ, ହଙ୍ଗକଙ୍ଗ ଓ ଅଷ୍ଟ୍ରେଲିଆ ଆଦି ଗସ୍ତ କରିଥିଲେ।

{"id":237158,"width":746,"height":503,"sizeSlug":"large"}

ମାସମାସ ଧରି ସେ ସମୁଦ୍ର ମଧ୍ୟରେ ରହୁଥିଲେ। କାହା ସହ ସମ୍ପର୍କ କରିବା ପାଇଁ ସେତେଟା ସୁଯୋଗ ନଥିଲା। ସାଟେଲାଇଟ ଫୋନ ମଧ୍ୟ ସେ କମ ବ୍ୟବହାର କରୁଥିଲେ। ଅଗଷ୍ଟ ୨୬, ୨୦୦୧ରେ ୬ ମାସର ଟ୍ରେନିଂ ଶେଷ କରିବା ପରେ ସେ ଇତିହାସ ସୃଷ୍ଟି କରିଥିଲେ। ତାଙ୍କୁ କୌଣସି ଜାହାଜର ମେସିନ୍ ରୁମରେ ପ୍ରବେଶ କରିବା ପାଇଁ ଅଧିକାର ମିଳିସାରିଥିଲା। ସେ ମାତ୍ର ୨୨ ବର୍ଷରେ ଏହି କୋର୍ସକୁ ପୂରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.