ଚାଲିଛି ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ କୁଶପୁତ୍ତଳିକା ଦାହ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 05, 2019 IST

ମୁମ୍ବାଇ୫|୮: ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଦେଶରେ ବିଭିନ୍ନ ପ୍ରାନ୍ତରେ ସୋନାକ୍ଷୀଙ୍କ କୁଶପୁତ୍ତଳିକା ଦାହ କରାଯାଉଛି। ଏକ ସାକ୍ଷାତକାର ସମୟରେସୋନାକ୍ଷୀ ବାଲ୍ମିକୀ ସମାଜଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ସୋନାକ୍ଷୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ବାଲ୍ମିକୀ ସମାଜର ସଦସ୍ୟମାନେ ବିଭିନ୍ନ ସ୍ଥାନର ସୋନାକ୍ଷୀଙ୍କ ଫଟୋ ଓ କୁଶପୁତ୍ତଳିକା ଦାହ କରିଛନ୍ତି। ସାକ୍ଷାତକାର ସମୟରେ ସୋନାକ୍ଷୀ “ଭଙ୍ଗି” ଶବ୍ଦ ବ୍ୟବହାର କରିଥିଲେ। ସୋନାକ୍ଷୀ ଏକ ପ୍ରଶ୍ନ ଉତ୍ତର ଦେବା ପାଇଁ  “ଭଙ୍ଗି”  ଶବ୍ଦ ବ୍ୟବହାର କରିଥିଲେ। ବାଲ୍ମିକୀ ସମାଜ ପାଇଁ ଏହି ଶବ୍ଦର ଅର୍ଥ ବହୁତ ଅପମାନ ଜନକ ହୋଇଥାଏ। ବାଲ୍ମିକୀ ସମାଜର ବୃତ୍ତିକୁ ଆକ୍ଷେପକରି ସୋନାକ୍ଷୀ ସିହ୍ନା ସାକ୍ଷାତକାର ସମୟରେ କହିିଥିଲେ।

ଏନେଇ ସୋନାକ୍ଷୀ ନିଜର ଟ୍ବିଇଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ଜୁଲାଇ ୨୩ ତାରିଖ ୨୦୧୯ରେ ସିଦ୍ଧାର୍ଥ କାନନଙ୍କ ସହ ଏକ ସାକ୍ଷାତକାର ହୋଇଥିଲା। ବାଲ୍ମିକୀ ସମାଜ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଦେଶ ଓ ସମାଜ ପାଇଁ ବାଲ୍ମିକୀ ସମାଜଙ୍କର ବିଶେଷ ଭୂମିକା ରହିଛି।ଦେଶର ସ୍ବାଧୀନତା ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବାଲ୍ମିକୀ ସମାଜ ପାଇଁ  ସେ ଗର୍ବିତ ବୋଲି ନିଜ ଟ୍ବିଇଟରେ ଲେଖିଥିଲେ।

ସୋନାକ୍ଷୀ ଆହୁରି ମଧ୍ୟ ଲେଖିଛନ୍ତି, ତାଙ୍କ ଅଜଣାତରେ ମୁହଁରୁ ବାହାରିଯାଇଥିବା କଥା ପାଇଁ ବାଲ୍ମିକୀ ସମାଜ ପାଖରେ କ୍ଷମା ସେ ପ୍ରାର୍ଥନା କରୁଛନ୍ତି।ସୋନାକ୍ଷୀଙ୍କର ଏହିଭଳି କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ମଧ୍ୟ ସେ ଟ୍ବିଇଟରେ ଲେଖିଛନ୍ତି। ଏହି ମାମଲାରେ ଉତ୍ତର ପ୍ରଦେଶ, ରାମପୁରର ବାଲ୍ମିକୀ ସମାଜ ସୋନାକ୍ଷୀଙ୍କ ବିରୋଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.