ୱେବ୍‌ ସିରିଜ୍‌ରେ ଅଭିନୟ କରିବେ ସୋନାକ୍ଷୀ

Published By : Prameya-News7 Bureau | February 02, 2020 IST

ମୁମ୍ବାଇ୨|୨: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଦବଙ୍ଗ ୩'ରେ ନଜର ଆସିଥିଲେ। ଏହି ଫିଲ୍ମ ଦ୍ବାରା ଅଭିନେତ୍ରୀ ସାଇ ମାଞ୍ଜ୍ରେକର ବଲିଉଡରେ ଡେବ୍ୟୁ କରିଛନ୍ତି। ଏବେ ସୋନାକ୍ଷୀ ଏକ ନୂଆ ପ୍ରୋଯେକ୍ଟରେ କାମ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ଖୁବ୍‌ଶୀଘ୍ର ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିବେ ସୋନା। ଆମାଜନ୍‌ ପ୍ରାଇମ୍‌ର ଏକ କ୍ରାଇମ୍‌ ଥ୍ରୀଲର୍‌ ୱେବ୍‌ ସିରିଜ୍‌ରେ ସୋନାକ୍ଷୀ ଅଭିନୟ କରିବେ। ଏହି ସିରିଜରେ ସୋନାଙ୍କ ସହ ସହିତ ରିମା କାଗତିଙ୍, ଗୁଲଶନ୍‌ ଦେଭିୟା, ଶୋହୁମ୍‌ ଶାହ ଓ ବିଜୟ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। 

{"id":219102,"sizeSlug":"large"}

ଏହି ସିରିଜ୍‌ର ପ୍ରଯୋଜନା ଏକ୍ସେଲ୍‌ ମୁଭିଜ୍‌ ଓ ଟାଇଗର ୱେବ୍‌ଫିଲ୍ମସ୍‌ କରିବେ। ସୋନାକ୍ଷୀ ଏହି ୱେବ୍‌ ସିରିଜ୍‌ ପୂରା ଟିମ୍‌ସହ ଫଟୋ ଉଠାଇଛନ୍ତି । ସୋସିଆଲ ମିଡିଆରେ ସେ ନିଜେ ଏହି ଫଟୋ ପୋଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଆମାଜନ୍‌ ସହ ନୂଆ ସିରିଜ୍‌ ଆରମ୍ଭ କରିବା ପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଭଲ ଭଲ ପ୍ରତିଭା ଓ ଦକ୍ଷ ଟିମ୍‌ ସହ କାମ କରିବା ପାଇଁ ସେ ନିଜ ଖୁସି ପ୍ରକାଶ କରିଛନ୍ତି।

{"id":219105,"sizeSlug":"large"}

ଚଳିତ ବର୍ଷ ସୋନାକ୍ଷୀଙ୍କ ଫିଲ୍ମ 'ଭୂଜ୍‌- ଦ ପ୍ରାଇଡ୍‌ ଅଫ୍ ଇଣ୍ଡିଆ' ରିଲିଜ ହେବ। ଫିଲ୍ମରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏମାନଙ୍କ ସହ ଫିଲ୍ମରେ ସଞ୍ଜୟ ଦତ୍ତ, ଶରଦ କେଲକର୍‌, ଏମି ୱିର୍କ, ପ୍ରନିତା ଶୁଭାଷ ଓ ନୋରା ଫତେହି ମଧ୍ୟ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ଦୁଧେୟା ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.