Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସୋନାକ୍ଷୀଙ୍କ ଫଟୋ ଟ୍ବିଟ୍ କରିବା ପଡ଼ିଲା ମହଙ୍ଗା : ପୋଲିସ୍ ନିକଟରେ ଅଭିଯୋଗ କଲେ ସୋନାକ୍ଷୀ ସିହ୍ନା

14/04/2020 at 7:09 PM

ମୁମ୍ବାଇ ୧୪/୪: ସୋନାକ୍ଷୀ ସିହ୍ନା ଗୋଟିଏ ବିବାଦରୁ ବାହାରିନଥିବାବେଳେ ଆଉ ଗୋଟିଏରେ ଫସି ଯାଇଛନ୍ତି। ଧାରାବାହିକ ରାମାୟଣକୁ ନେଇ ମୁକେଶ ଖାନ୍ନା ସୋନାକ୍ଷୀ ସିହ୍ନାଙ୍କୁ କିଛି ଦିନ ତଳେ ବୟାନ ଦେଇଥିବାବେଳେ ଏବେ ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ତାଙ୍କ ଉପରେ ଭିନ୍ନ ପ୍ରଶ୍ନ ଉଠାଇଛନ୍ତି।  ବିବେକ ନିଜ ଟ୍ବିଟର ଆକାଉଣ୍ଟରେ ସୋନାକ୍ଷୀଙ୍କ କୌଣସି ଫିଲ୍ମ ସେଟର ଫଟୋ ସେୟାର କରି ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିବେକ ସୋନାକ୍ଷୀଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ,‘ଏପରି ସମୟରେ କିଏ ସୁଟିଂ କରିଥାଏ?’ ଏହି ଫଟୋରେ ସୋନାକ୍ଷୀ ଫୋନରେ କଥା ହେଉଛନ୍ତି। ସେ ବ୍ଲାକ୍ ଟପ୍ ସହ ସିଲଭର ସ୍କର୍ଟ ଏବଂ ଶ୍ରଗ୍ ପିନ୍ଧିଛନ୍ତି।

ପ୍ରକୃତରେ ଏହି ଫଟୋଟି ମୁମ୍ବାଇ ମିରର ଖବରକାଗଜରେ ଛପିଥିଲା। କିନ୍ତୁ ସୋନାକ୍ଷୀଙ୍କୁ ବିବେକଙ୍କ ଏପରି ଆଚରଣ ଜମା ପସନ୍ଦ ଆସିନଥିଲା। ସେ ତାଙ୍କ ଉପରେ ଟାର୍ଗେଟ୍ କରି କହିଥିଲେ ଯେ ,‘ ଯଦି ଏହି ଫଟୋର ତାରିଖ ୨୦୧୯ ନଭେମ୍ବର ୫ ରହିଛି ତେବେ ନିଶ୍ଚିତ ଏହି ଫଟୋ ପୁରୁଣା ହୋଇଥିବ’।

ସୋନାକ୍ଷୀଙ୍କ ଏହି ଫଟୋ ଫରାହ ଖାନଙ୍କ ଫ୍ଲିପକାର୍ଟ ଶୋର। ଶୋର ସେଟସ୍ ଫଟୋ ସେୟାର କରି ସୋନାକ୍ଷୀ ପୁଣି ଥରେ ବିବେକଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ,‘ ଜଣେ ନିର୍ଦେଶକ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଏହା ବିଷୟରେ ଜଣା ଥିବା ଦରକାର ଯେ ଏବେ କୌଣସି ସୁଟିଂ ହେଉନାହିଁ କାରଣ ସବୁ ଷ୍ଟୁଡିଓରେ ତାଲା ପଡ଼ିଛି ଏବଂ ଦେଶ ଲକଡାଉନରେ ରହିଛି।’ ଏହି ଫଟୋରେ ସୋନାକ୍ଷୀ ସିହ୍ନା,ଫରାହ ଖାନ୍ ଏବଂ ବରୁଣ ଶର୍ମା ଛିଡ଼ା ହୋଇଛନ୍ତି।

ସୋନାକ୍ଷୀ ସିହ୍ନା କେବଳ ସେତିକିରେ ଚୁପ୍ ବସିନଥିଲେ ବରଂ ସେ ନିଜ ପରବର୍ତ୍ତୀ ଟ୍ବିଟରେ ମୁମ୍ବାଇ ପୋଲିସ୍ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅଭିଯୋଗ କରିଥିଲେ। ସେ ଲେଖିଛନ୍ତି ଯେ ‘ ଶୁଣନ୍ତୁ ମୁମ୍ବାଇ ପୋଲିସ୍,ଉଦ୍ଧବ ଠାକରେ ମହାଶୟ,ଯଦି କୌଣସି ବ୍ୟକ୍ତି କାହାକୁ ନେଇ ମିଥ୍ୟା ସମାଚାର କିମ୍ବା ଗୁଜବ ପ୍ରଚାର କରୁଛନ୍ତି ତେବେ ତାଙ୍କ ବିରୋଧରେ କିପରି ଅଭିଯୋଗ କରାଯାଇ ପାରିବ? ସେ ଜଣେ ଦାୟିତ୍ବବାନ୍ ନାଗରିକଭାବେ ଏହା ପଚାରୁଛନ୍ତି,ଯିଏ ଏବେ ନିଜ ଘରେ ବସିଛନ୍ତି,ସୋସିଆଲ ଡିସଟାନସିଂ ପାଳନ କରୁଛନ୍ତି ଏବଂ ସୁଟିଂରେ ଜମା ଯାଉନାହାନ୍ତି – ଅର୍ଥାତ୍ ସେ’।

ସୋନାକ୍ଷୀଙ୍କ କଡ଼ା ଜବାବ ବିଷୟରେ ବିବେକ ତାଙ୍କୁ ସଫେଇ ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ତାଙ୍କ ଉପରେ ନୁହେଁ ବରଂ ମୁମ୍ବାଇ ମିରର ଉପରେ ଟାର୍ଗେଟ୍ କରିଥିଲେ। ଯଦି ତାଙ୍କୁ ସୋନାକ୍ଷୀଙ୍କୁ କିଛି କହିବାର ଥାଆନ୍ତା ତେବେ ସେ ତାଙ୍କୁ ଟ୍ୟାଗ୍ କରିଥାନ୍ତେ। ଏପରି ସମୟରେ ଏମିତି ଫଟୋ ସେୟାର କରିବା ଭୁଲ୍ ଅଟେ କାରଣ ଏହା ଦ୍ବାରା ଭୁଲ୍ କଥା ଲୋକଙ୍କ ନଜରକୁ ଆସିଥାଏ।

   Related Posts