ହୁମା କୁରେଶିଙ୍କୁ ଭାରି ପଡିଲା ହାଲୋଏନ୍ ପୋଷ୍ଟ, ଆଇନଗତ ନୋଟିସ୍ ପଠାଇବାକୁ ଧମକ ଦେଲେ ସୋନାକ୍ଷୀ ସିହ୍ନା

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧: ସୋନାକ୍ଷୀ ସିହ୍ନା ସୋମବାର ଦିନ ଅଭିନେତ୍ରୀ ହୁମା କୁରେଶିଙ୍କୁ ତାଙ୍କୁ 'ଆଇନଗତ ନୋଟିସ୍' ପଠାଇବାକୁ ଧମକ ଦେଇଛନ୍ତି। ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ଧମକ ଦେଇଛନ୍ତି। କିନ୍ତୁ ଏହି ଧମକ ମଜାଦାର ଅଟେ। ପ୍ରକୃତରେ, ସୋନାକ୍ଷୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ହାଲୋଏନ୍ ପୋଷ୍ଟ ସେୟାର କରି ହୁମାଙ୍କୁ ଥଟ୍ଟା କରିଛନ୍ତି। ହୁମାଙ୍କ ପୋଷ୍ଟକୁ ସେୟାର କରି ସୋନାକ୍ଷୀ ଲେଖିଛନ୍ତି, କେବଳ ତୁମର ପ୍ରଶଂସା ପାଇଁ ମୋର ଫଟୋ ପୋଷ୍ଟ କରିବା ବନ୍ଦ କର। ମୁଁ ଏକ ଆଇନଗତ ନୋଟିସ ପଠାଉଛି।"

{"width":598,"height":1107}

ଇନଷ୍ଟାଗ୍ରାମରେ ହୁମା କୁରେଶି ସେୟାର କରିଥିବା ଫଟୋରେ ସେ ତାଙ୍କ ହାତରେ ଏକ ମାସ୍କ ଧରି ମୁହଁକୁ ଘୋଡାଇ ରଖିଛନ୍ତି। ସେହି ମାସ୍କରେ କେବଳ ହୁମାଙ୍କ ଆଖି ଦୃଶ୍ୟମାନ ହେଉଛି। ସେ ଏକ କଳା ପୋଷାକ ପିନ୍ଧିଛନ୍ତି। ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ହୁମାଙ୍କ ଏହି ଫଟୋ ଉପରେ କମେଣ୍ଟ ଦେଉଛନ୍ତି। ଏଥିରେ ସୋନାକ୍ଷୀ ସିହ୍ନା ମଧ୍ୟ ସାମିଲ ହୋଇଛନ୍ତି। ସୋନାକ୍ଷୀ କମେଣ୍ଟରେ ଲେଖିଛନ୍ତି, “ଏକ୍ସକ୍ୟୁଜ୍ ମି ଆପଣ ମୋର ବିନା ଅନୁମତିରେ ମୋର ଫଟୋ କାହିଁକି ସେୟାର କରୁଛନ୍ତି? ଏପରି ସେୟାର କରୁଛନ୍ତି ଯେପରି ଏହା ଆପଣଙ୍କର।” ଏହା ସହିତ ସେ ନିଜ କ୍ୟାପସନରେ ହସୁଥିବା ଇମୋଜି ମଧ୍ୟ ବ୍ୟବହାର କରିଛନ୍ତି।

{"width":671,"height":375}

ଏହି ପୋଷ୍ଟକୁ ସେୟାର କରି ହୁମା କୁରେଶି ଲେଖିଛନ୍ତି, ‘ହାପି ହାଲୋଏନ୍ ହ୍ୟାସଟ୍ୟାଗ୍ ଲୋଲ୍ ଫଟୋ, ଗତ ରାତିରେ ହ୍ୟାସଟ୍ୟାଗ୍ ସୋହୋ।’ ସୋନାକ୍ଷୀଙ୍କ କମେଣ୍ଟ ଉପରେ ହୁମାଙ୍କ ଭାଇ, ଅଭିନେତା ସାକିବ ସଲିମ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ସୋନାକ୍ଷୀ ହାହାହା ଏଠାରେ  ମଧ୍ୟ ଚିଟିଂ କରୁଛନ୍ତି। ସୋନାକ୍ଷୀ ଉତ୍ତର ଦେଇଛନ୍ତି, “ସାକିବ ସେ ଚାହୁଁଛନ୍ତି ଯେ ଲୋକମାନେ ତାଙ୍କୁ କୁହନ୍ତୁ ଯେ ସେ ସୁନ୍ଦର ତେଣୁ ସେ ବର୍ତ୍ତମାନ ମୋର ଫଟୋ ବ୍ୟବହାର କରୁଛନ୍ତି। ଦୟାକରି ଏହାକୁ ବୁଝନ୍ତୁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.