ହାତକଡି ପିନ୍ଧିଲେ ସୋନାକ୍ଷୀ ସିହ୍ନା, ଭିଡିଓ ହେଉଛି ଭାଇରାଲ
6/08/2019 at 5:22 PM

ମୁମ୍ବାଇ୦୬|୮: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ନିଜ ଫିଲ୍ମ ମିଶନ ମଙ୍ଗଲକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ଫିଲ୍ମର ଜୋରସୋରରେ ପ୍ରମୋସନ ଚାଲିଛି। ସୋନାକ୍ଷୀଙ୍କର ଏହି ଫିଲ୍ମ ସ୍ବତନ୍ତ୍ରତା ଦିବସ ଅର୍ଥାତ ଅଗଷ୍ଟ ୧୫ରେ ରିଲିଜ ହେବ। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ସୋନାକ୍ଷୀ ଏକ ବିବାଦରେ ଫସିଛନ୍ତି। ଏକ ସାକ୍ଷାତକାରରେସୋନାକ୍ଷୀ ବାଲ୍ମିକୀ ସମାଜଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏଥିପାଇଁ ସେ ବାଲ୍ମିକି ସମାଜ ସଦସ୍ୟଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଭୁଲରେ ବ୍ୟବହାର କରିଥିବା ଏକ ଶବ୍ଦ ପାଇଁ ସୋନାକ୍ଷୀ ଫସିଯାଇଛନ୍ତି। ଏବେ କିଛି ସମୟ ହେବ ତାଙ୍କର ଏକ ଭିଡିଓ ଭାଇରାଲ ହେବାର ଲାଗିଛି।

ଏହି ଭିଡିଓରେ ତାଙ୍କୁ ହାତକଡି ପିନ୍ଧାଯାଉଥିବା ଦେଖାଯାଉଛି। ତାଙ୍କୁ ଗିରଫ କରୁଥିବାର ଦୃଶ୍ୟ ରହିଛି। ଭିଡିଓରେ ସୋନାକ୍ଷୀ ଚିତ୍କାର କରି କହୁଛନ୍ତି ଯେ,“କଣକରୁଛନ୍ତି? ଆପଣ ମତେ କେମିତି ଆରେଷ୍ଟ କରିପାରିବେ?” ପ୍ରକୃତରେ ଏହି ଭିଡିଓ ଅସଲି ଲାଗୁନାହିଁ। କିନ୍ତୁ ଭିଡିଓ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ଅନୁସାରେ ଏହା ପ୍ରମୋସନାଲ ଭିଡିଓ ବୋଲି କୁହାଯାଉଛି। ଏହା ବିଷୟରେ ବିଶେଷ କିଛି ସୂଚନା ସାମ୍ନାକୁ ଆସିନାହିଁ।

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି କୁହାଯାଉଛି ଯେ, ସୋନାକ୍ଷୀ କୌଣସି ଆଇନଗତ ଅସୁବିଧାରେ ଫସିଛନ୍ତି। ଏହି ଭିଡିଓ ବ୍ୟତୀତ ସୋନାକ୍ଷୀଙ୍କର ଆଉ ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ଅଛି। ଯେଉଁଥିରେ ସେ ନିଜକୁ ବଞ୍ଚାଇ ଭିଡ ଭିଡ ଭିତରୁ ବାହାରିଯାଉଛନ୍ତି।