Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

‘twiter’କୁ ଗୁଡବାୟ କଲେ ସୋନାକ୍ଷୀ, ଜାଣନ୍ତୁ କହିଛନ୍ତି କ’ଣ?

20/06/2020 at 6:25 PM

ବଲିଉଡ୍ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ସୋସିଆଲ ନେଟୱାର୍କିଂ ସାଇଟ୍‌ ଟ୍ୱିଟରକୁ ଗୁଡବାଏ କହିଛନ୍ତି। ସେ ତାଙ୍କ ଇଂଷ୍ଟା ହ୍ୟାଣ୍ଡଲରେ ଏ ନେଇ ସୂଚନା ଦେଇଛନ୍ତି। ତେବେ ଟ୍ୱିଟର ଡିଆକ୍ଟିଭେଟ କରିବାରେ ସୋନାକ୍ଷୀଙ୍କ ଅନ୍ଦାଜ ହିଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଟ୍ୱିଟର ଛାଡିବା ନେଇ ଘୋଷଣା କରିବା ସହ ଏକ ମଜାଦାର ମ୍ୟାସେଜ୍ ମଧ୍ୟ ଦେଇଛନ୍ତି। ଲେଖିଛନ୍ତି ‘ ଆଗ ଲଗେ ବସ୍ତିମେଁ, ମେଁ ଆପନା ମସ୍ତିମେ ଗୁଡବାଏ..’।

ତେବେ ଟ୍ୱିଟର ଛାଡିବା ନେଇ ସେ କାରଣ ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ନେଗେଟିଭିଟିରୁ ଦୂରେଇବାକୁ  ଟ୍ୱିଟର ଆକାଉଣ୍ଟ ଡିଆକ୍ଟିଭେଟ କରିବାକୁ ବାଧ୍ୟ ହୋଇଛି। ଟ୍ୱିଟ୍‌ରରେ ସେ କରିଥିବା ଶେଷ ପୋଷ୍ଟର ସ୍କ୍ରିନ୍‌ ସଟ୍ ତାଙ୍କ ଇଂଷ୍ଟା ପେଜ୍‌ରେ ପୋଷ୍ଟ କରିଛନ୍ତି। ତେବେ ଟ୍ୱିଟର ଆଜିକାଲି ବେଶ ବିବାଦୀୟ ହୋଇପଡିଛି। ଏଥିରେ ନାନା ମୁନି ନାନା ମତ ପରିସ୍ଥିତି ଲୋକଙ୍କ ମାନସିକତା ଉପରେ ଗୁରୁତର ପ୍ରଭାବ ପକାଉଛି। ଏଣୁ ସୋନାକ୍ଷୀ ଟ୍ୱିଟରରୁ ନିଜକୁ ବାହାର କରିନେଇଛନ୍ତି।

ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ବିଲଉଡରେ ନେପୋଟିଜିମ୍‌କୁ ନେଇ ନୂଆ ତର୍କ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଟ୍ୱିଟରରେ ଲୋକେ ଭିନ୍ନ ଭିନ୍ନ କଳାକାରଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି। ଏଥିରୁ ସୋନାକ୍ଷୀ ମଧ୍ୟ ବାଦ ନଥିଲେ। ଲୋକେ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ କରୁଥିଲେ ଓ ତାଙ୍କ ଉପରେ ମଧ୍ୟ ଆରୋପ ଲଗାଉଥିଲେ। ବୋଧେ ଲୋକଙ୍କ ଏହି ଭାବନାକୁ ବୁଝିପାରି ସୋନାକ୍ଷୀ ନିଜକୁ ଟ୍ୱିଟରରୁ ଦୂରେଇ ନେଇଥାଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

   Related Posts