ବିଶାଦରେ ଥିବା ସୋନାକ୍ଷୀ ବାଛିଲେ ମୃତ୍ୟୁ, ଚଳନ୍ତା ମେଟ୍ରୋ ସାମ୍ନାରେ…

Published By : Prameya-News7 Bureau | September 08, 2019 IST

ନୂଆଦିଲ୍ଲୀ - ମଡେଲ୍‌ଟାଉନ ମେଟ୍ରୋ ଷ୍ଟେସନରେ ଜଣେ ଯୁବତୀ ପ୍ରବଳ ବେଗରେ ଆସୁଥିବା ମେଟ୍ରୋ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ସୋନୀକ୍ଷୀ ବୋଲି ଜଣା ପଡିଛି। ୨୬ ବର୍ଷୀୟ ଏହି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା କଥା ଜଣାପଡିଛି । ସୋରୁ ପୁଲିସ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ।

ଏହି ଯୁବତୀ ଜଣଙ୍କ ଏକ ଭୟାନକ ରୋଗରେ ପୀଡିତ ଥିଲେ । ସୋନାକ୍ଷୀଙ୍କ ଘର ପାହାଡଗଞ୍ଜରେ । ସେ ଶନିବାରରେ ଆଶ୍ରମ ମେଟ୍ରୋ ଷ୍ଟେସନରେ ଟ୍ରେନରେ ବସିଥିଲେ । ମଡେଲ ଟାଉନ ମେଟ୍ରୋ ଷ୍ଟେସନରେ ଓହ୍ଲାଇଥିଲେ । କିଛି ସମୟ ପରେ ସେ ସାମ୍ନାରୁ ପ୍ରବଳ ବେଗରେ ଆସୁଥିବା ଏକ ମେଟ୍ରୋ ସାମ୍ନାକୁ ଡେଇଁ ପଡିଥିଲେ । ମେଟ୍ରୋ ଷ୍ଟେସନର କର୍ମଚାରୀ ଓ ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ ଟ୍ରାକରୁ ବାହାରକୁ ଆଣିଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇସାରିଥିଲା । କିଛି ସମୟ ପାଇଁ ମେଟ୍ରୋ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ତାଙ୍କ ନିକଟରୁ ମିଳିଥିବା ବିଭିନ୍ନ ପରିଚୟ ପତ୍ରରୁ ତାଙ୍କର ପରିଚୟ ମିଳିଥିଲା । ସେଥିରେ ଏକ ସୁଇସାଇଡ୍‌ ନୋଟ୍‌ ବି ଥିଲା । ରୋଗ ଯୋଗୁଁ ସେ ଆତ୍ମହତ୍ୟା କରିଥିବା କଥା ଉଲ୍ଲେଖ କରିଥିଲେ । ଏଥିପାଇଁ ସେ କାହାକୁ ଦାୟୀ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.