ଶୀତୁଆ ସନ୍ଧ୍ୟାରେ ଉଷ୍ମ ପରିବେଶ- ଝୁମିଲେ ଝୁମାଇଲେ ସୋନା ମହାପାତ୍ର
18/11/2019 at 8:05 PM

କଟକ ୧୮।୧୧ – ବାଲିଯାତ୍ରାର ସାଂଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏକ ନୂଆ ଦିଗ ଦେଇଛନ୍ତି ଓଡିଆ ଝିଅ ସୋନା ମହାପାତ୍ର… ରବିବାର ଗଣ କବି ବୌଷ୍ଣବ ପାଣି ମଞ୍ଚର ମୁଖ୍ୟ ଆକର୍ଷଣ ଥିଲେ ରକ୍ଷ୍ଟାର ସୋନା…ପାରମ୍ପରିକ ଓଡିଆ ଭଜନ ଆହେ ନୀଳ ଶୈଳରୁ ଆରମ୍ଭ ହୋଇଥିଲା ସୋନା ମହାପାତ୍ର ଇଭ୍ନିଂ ।

ପ୍ରାୟ ୩ ଘଣ୍ଟାର କାର୍ଯ୍ୟକ୍ରମ ଭିତରେ ସୋନା ପରିବେଷଣ କରିଥିଲେ ସମ୍ବଲପରୀ ଲୋକଗୀତ ରଙ୍ଗବତୀ ଭଳି ଅନେକ ମତୁଆଲା ସଙ୍ଗୀତ…..ତା ସହିତ ଅନେକ ହିନ୍ଦୀ ଆଲବମ ଏବଂ ବଲିଉଡ୍ ସଙ୍ଗୀତ ଗାଇ, ରକ୍ଷ୍ଟାର ସୋନା ମହାପାତ୍ର ଅଗିଣିତ ଜନତାଙ୍କ ମନ ମୋହିଛନ୍ତି……..
ଯେତେହେଲେବି ସେ ଜଣେ ଓଡିଆ ଝିଅ, ତେଣୁ ମହାପ୍ରଭୁ ଜଗନ୍ନାଥଙ୍କୁ ମନେ ରଖିନଥାନ୍ତେ ବା କିପରି. ତେଣୁ ଜଗନ୍ନାଥଙ୍କ ଜଣାଣରୁ ନିଜର ପ୍ରୋଗ୍ରାମ ଆରମ୍ଭ କରିଥିଲେ ରକ୍ଷ୍ଟାର ତଥା ଓଡିଆ ଝିଅ ସୋନା ମହାପାତ୍ର
ରବିବାର ଥିବା ହେତୁ ଗତକାଲି ବାଲିଯାତ୍ରା ପଡିଆ ଲୋକାରଣ୍ୟରେ ପରିଣତ ହୋଇଥିଲା, ସେହି ଅସମ୍ଭବ ଗହଳି ଭିତରେ ସୋନା ମହାପାତ୍ରଙ୍କୁ ଶୁଣିବା ଲାଗି ଗଣକବି ବୈଷ୍ଣବ ପାଣି ମଞ୍ଚରେ ଥଇଲା ଖଚ୍ଚାଖଚ ଭିଡ……..

ଅନେକ ହିନ୍ଦୀ ଆଲବମ୍ ଏବଂ ବଲିଉଡ୍ ସଙ୍ଗିତ ପରିବେଷଣ କରି ସୋନା ମହାପାତ୍ର ଦର୍ଶକଙ୍କ ମନ ଜିଣିଥିଲେ. କିନ୍ତୁ ଯେତେବେଳେ , ତାଙ୍କ କଂଣ୍ଠରୁ ଝରିଥିଲା ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ , ତାହା ଯେମିତି ଦର୍ଶକଙ୍କୁ ମତୁଆଲା କରିଦେଇଥିଲା
ତା ସହିତ ସୋନା ଗାଇଥିଲେ ରସରକେଲି ଲୋ ଭଳି ଆଉ ଏକ ସମ୍ବଲପୁରୀ ଲୋକଗୀତ , ଯେଉଁଥିରେ ବେଶ୍ ଝୁମିଥିଲେ ଦର୍ଶକ…..

ବିଳମ୍ବିତ ପ୍ରହରରେ ସୋନା ମହାପାତ୍ର ଗାଇଥିଲେ ପଞ୍ଚମ ଦା ସଙ୍ଗୀତ. ୭୦ ଦଶକର ଅନେକ ହିଟ୍ ଗୀତକୁ ବେଶ୍ ନିଖୁଣତାର ସହ ଗାଇ ସୋନା ମହାପାତ୍ର ଉପସ୍ଥିତ ଜନତାଙ୍କ ମନକୁ ଯେମିତି ଜିଣିନେଇଥିଲେ……
ତେବେ ଅନେକ କାରଣରୁ ବିବାଦ ଭିତରକୁ ଠେଲି ହୋଇଯାଇଥିବା ରକ୍ଷ୍ଟାର ସୋନା ମହାପାତ୍ର ନିଜର ଭାବନାକୁ ବ୍ୟକ୍ତ କରି କହିଛନ୍ତିଯେ, ପରିବର୍ତ୍ତନ ଆଣିବାକୁ ହେଲେ ଆଲୋଚନା ହେବା ଜରୁରୀ. ଏବଂ ସେଥିଲାଗି ସେ ସବୁବେଳଏ ପ୍ରସ୍ତୁତ ଅଛନ୍ତି., ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣିବାକୁ ନା ପସନ୍ଦ କରିଛନ୍ତି ସୋନା ମହାପାତ୍ର ।