ସଲମାନ ଖାନଙ୍କ ବିରୋଧରେ ଟୁଇଟର କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲେ ଗାୟିକା ସୋନା ମହାପାତ୍ର, ଜାଣନ୍ତୁ କାହିଁକି

Published By : Prameya-News7 Bureau | March 08, 2019 IST

ମୁମ୍ୱାଇ୮|୩: ଅଧିକାଂଶ ସମୟ ବିବାଦୀୟ ମନ୍ତବ୍ୟ ଯୋଗୁଁ ଚର୍ଚ୍ଚାରେ ରହୁଥିବା ବଲିଉଡ ଗାୟିକା ସୋନା ମହାପାତ୍ର ନିଜ ଟୁଇଟର ଆକାଉଣ୍ଟରେ ଗୋଟିଏ ସ୍କ୍ରିନଶଟ ସେୟାର କରିଛନ୍ତି। ଏହି ସ୍କ୍ରିନଶଟ ସେୟାର କରିଲା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଛି। ସୋନାଙ୍କ ସ୍କ୍ରିନଶଟରେ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଟୁଇଟ୍‌ ପେଜର ଫଟୋ ଦେଖିବାକୁ ମିଳିଛି।

{"id":91668,"width":603,"height":452}

ସଲମାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର “ଭାରତ” ପାଇଁ ବ୍ୟସ୍ଥ ଅଛନ୍ତି। ଫିଲ୍ମର ସମସ୍ତ କଳାକାର, ନିର୍ମାତା, ନିର୍ଦ୍ଦେଶକ, ଫିଲ୍ନ ପ୍ରମୋଶନରେ ବ୍ୟସ୍ଥ ଅଛନ୍ତି। ଏବେ କିଛି ଦିନ ହେବ ଚଳଚ୍ଚିତ୍ରର ଶୁଟିଂ ସରିଛି। ମାର୍ଚ୍ଚ ମାସ ୫ ତାରିଖରେ ସଲମାନ ନିଜ ଟୁଇଟର ଆକାଉଣ୍ଟରେ ଗୋଟିଏ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସଲମାନଙ୍କ ସହ କ୍ୟାଟ୍ରିନା ମଧ୍ୟ ଅଛନ୍ତି। ଫଟୋ ସହ ସଲମାନ ଲେଖିଛନ୍ତି ଯେ, And It’s a wrap for #Bharat ଯାହାର ଅର୍ଥ ହେଉଛି ଭାରତ ଫିଲ୍ମର କାମ ସରିଲା।

{"id":91669,"width":596,"height":369}

ତେବେ ଏହି ଟୁଇଟ୍‌ର କଣ୍ଟେଟ୍‌ ସୋନା ମହାପାତ୍ର ଟାଇମଲାଇନରେ ଦେଖା ଯାଇଥିଲା। କିନ୍ତୁ ସୋନା ସଲମାନଙ୍କୁ ଟୁଇଟରରେ ଫଲୋ କରନ୍ତି ନାହିଁ। ତେବେ ବାରମ୍ୱାର ତାଙ୍କ ଫିଲ୍ମର ବିଜ୍ଞାପନ ଟାଇମଲାଇନରେ ଦେଖାଯାଉଥିବାରୁ ସୋନା ରାଗି ଯାଇଥିଲେ। ବିରକ୍ତ ହୋଇ ସୋନା ନିଜର ପ୍ରତିକ୍ରିୟା ଟୁଇଟ୍‌ କରିଥିଲେ। ସେ ଲେଖିଥିଲେ ଯେ “ଡିଅର ଟୁଇଟ୍‌ର ମୁଁ ଏହି ବ୍ୟକ୍ତିଙ୍କୁ ଫଲୋ କରେ ନାହିଁ ଓ ମୁଁ ଅନୁରୋଧ କରୁଛି ଯେ ଟୁଇଟରର ଆଲଗୋରିଦମ୍‌କୁ ଆଲର୍ଟ କରାଯାଉ ଯାହା ଫଳରେ ଅନ୍ୟମାନଙ୍କ ପ୍ରଚାରଧର୍ମୀ ଟୁଇଟ୍‌ ମୋ ଟାଇମଲାଇନରେ ଦେଖାଯିବ ନାହିଁ”।

{"id":91670}

ସୋନା ମହାପାତ୍ର ଏହା ପ୍ରଥମଥର ପାଇଁ କରିନାହାନ୍ତି। ସେ ଅନେକ ଥର ସଲମାନଙ୍କ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି। ସଲମାନଙ୍କ ନାଁ ବ୍ୟବହାର ନକରି ମଧ୍ୟ ସେ ଟୁଇଟରରେ ତାଙ୍କୁ ଅନେକଥର ନିନ୍ଦା କରିଛନ୍ତି।       

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.