ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମର୍ଥନ କଲେ ସୋନା ମହାପାତ୍ର: ଟ୍ୱିଟ୍ କରି କହିଲେ ଆତଙ୍କବାଦୀ ଓ ଅଣ୍ଡରୱାର୍ଲଡ ଗୁଣ୍ଡା ରହୁଥିବା ଜେଲରେ ତାଙ୍କୁ ରଖିବା ଭୁଲ

Published By : Prameya-News7 Bureau | November 10, 2020 IST

ମୁମ୍ବାଇ ୧୦/୧୧ : ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଛନ୍ତି। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଅର୍ଣ୍ଣବ ଗିରଫ ହୋଇଛନ୍ତି। ସୋସିଆଲ ମିଡ଼ିଆରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ନେଇ ଯୁକ୍ତିତର୍କ ଜାରି ରହିଛି। ଲୋକେ ନାନା ପ୍ରତିକ୍ରିୟା ଦେଉଛନ୍ତି। ବଲିଉଡ୍ ଗାୟିକା ସୋନା ମହାପାତ୍ର ଅର୍ଣ୍ଣବଙ୍କୁ ସମର୍ଥନ କରି ତାଙ୍କୁ ଜେଲରେ ରଖିଥିବା ଘଟଣାକୁ ବିରୋଧ କରିଛନ୍ତି।

{"id":359453,"sizeSlug":"large"}

ସୋନା ମହାପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ଯେଉଁମାନେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିନଥିବାରୁ ସମର୍ଥନ କରୁଛନ୍ତି ଓ ତାଙ୍କୁ ଜେଲରେ ରଖିଥିବାରୁ ମଜା ନେଉଛନ୍ତି, ଯେଉଁ ଜେଲରେ ଆତଙ୍କବାଦୀ ଓ ଅଣ୍ଡରୱାର୍ଲଡର ଗୁଣ୍ଡାମାନେ ଅଛନ୍ତି, ସେମାନେ ଫାସିବାଦ ଠାରୁ କମ ନୁହନ୍ତି। ଆପଣମାନେ ରାଜନୈତିକ ନିଆଁରେ ଘିଅ ଢାଳୁଛନ୍ତି। ଏହା ରୋଗୀଣା ମାନସିକତା। ଦୁଇଟି ଭୁଲ କଥାକୁ ମିଶାଇ ଠିକ କରାଯାଇ ପାରିବନାହିଁ। ସୋନା ମହାପାତ୍ରଙ୍କ ଏହି ଟ୍ୱିଟକୁ ଅନେକ ଲୋକ ସମର୍ଥନ କରିଥିବେଳେ କିଛି ଲୋକ ବିରୋଧ ମଧ୍ୟ କରିଛନ୍ତି। ଅର୍ଣ୍ଣବ ବର୍ତ୍ତମାନ ମୁମ୍ବାଇ ବାହାରେ ଥିବା ତଲୋଜା ଜେଲରେ ଅଛନ୍ତି।

wp:core-embed/twitter {"url":"https://twitter.com/sonamohapatra/status/1325997314171838464","type":"rich","providerNameSlug":"twitter","className":""}
https://twitter.com/sonamohapatra/status/1325997314171838464
/wp:core-embed/twitter

ଈଂଟରିୟର ଡିଜାଇନର ଅନ୍ୱୟ ନାଇକ ଓ ତାଙ୍କ ମା'ଙ୍କ ଆତ୍ମହତ୍ୟା ମାମଲାରେ ଅଲିବାଗ ପୋଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ତାଙ୍କୁ ଜେଲର କୋଭିଡ କେନ୍ଦ୍ରରେ ରଖାଯାଇଥିଲା କିନ୍ତୁ ସେଠାରେ ସେ ମୋବାଇଲ ଫୋନ ବ୍ୟବହାର କରିଥିବା ଅଭିଯୋଗରେ ତଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଛି।

ବମ୍ବେ ହାଇକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଖାରଜ କରିଛନ୍ତି। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.