I never ask for it# ଅଭିଯାନ ସପକ୍ଷରେ ଆସିଲେ ସୋନା ମହାପାତ୍ର, କହିଲେ ଏପରି କାହିଁକି?
23/11/2020 at 6:40 PM

ନୂଆଦିଲ୍ଲୀ ୨୩।୧୧: କୋକ୍ ଷ୍ଟୁଡିଓ ଗାର୍ଲ ସୋନା ମହାପାତ୍ର ପୁଣି ଚର୍ଚ୍ଚାରେ। ଯୌନ ଉତ୍ପିଡ଼ନ ମାମଲାରେ ପୀଡ଼ିତାଙ୍କୁ କାଠଗଡ଼ାରେ ଛିଡା କରିବାର ପ୍ରଚଳିତ ପରମ୍ପରାକୁ ସେ ବିରୋଧ କରିଛନ୍ତି। ଏଥିଲାଗି ଟ୍ୱିଟରରେ ଟ୍ରେଣ୍ଡ କରୁଥିବା ହାସ୍ ଟ୍ୟାଗ୍ ‘ଆଇ ନେଭ ଆସ୍କ ଫର ଇଟ୍’ ଅଭିଯାନକୁ ସୋନା ସମର୍ଥନ କରିଛନ୍ତି। ଏଥିସହ ସେ କଲେଜରେ ପଢୁଥିବା ବେଳେ ତାଙ୍କ ସହୋଇଥିବା ଏକ ଘଟଣା ମନେ ପକାଇଛନ୍ତି। ଯେଉଁ ଘଟଣାରେ ତାଙ୍କୁ ନିଜ ପୋଷାକ ଠିକ୍ରେ ପିନ୍ଧିବାକୁ ତାଙ୍କ ସାଙ୍ଗ ତାଙ୍କୁ ଓଲଟା ପରାମର୍ଶ ଦେଇଥିଲେ ବୋଲି ସୋନା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ତେବେ ଏପରି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

କ’ଣ ହୋଇଥିଲା ସୋନାଙ୍କ ସହ?
ସୋନା ତାଙ୍କ ଟ୍ୱିଟ୍ରେ ଘଟଣାକୁ ମନେ ପକାଇ ଲେଖିଛନ୍ତି ଯେ ‘ସେ ଇଞ୍ଜିନିୟରିଂ ପଢୁଥିବା ବେଳେ ଦିନେ ଢିଲା ସାଲୱର ସହ ଖଦି କୁର୍ତ୍ତା ପିନ୍ଧି କଲେଜ ଯାଇଥିଲେ। ମାଇକ୍ରୋ ପ୍ରୋସେସର ଲ୍ୟାବ୍ରେ କାମ କରୁଥିବା ବେଳେ ଜନୈକ ସିନିୟର ଛାତ୍ର ସିଟି ବଜାଇଥିଲେ ଓ ମୋ ଅନ୍ତବସ୍ତ୍ରର ଆକାରକୁ ନେଇ କମେଣ୍ଟ କରିଥିଲେ। ଘଟଣାରେ ସିନିୟର ଛାତ୍ରଙ୍କୁ କେହି ବି କିଛି କହିନଥିଲେ। ହଁ ମୋର ଜଣେ ସହପାଠୀ ମୋ ପାଖକୁ ଆସିଥିଲେ ଓ ମୁଁ ଠିକରେ ଓଢଣୀ ପିନ୍ଧି ନଥିବା କହିଥିଲେ’।
#INeverAskForIt https://t.co/O9XbrJqT3t
— Sona Mohapatra (@sonamohapatra) November 23, 2020
ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ କରିଛନ୍ତି ପ୍ରଶ୍ନ
ସୋନା ତାଙ୍କ ସହ ଘଟିଥିବା ଘଟଣା ସେୟାର କରି ଏହାକୁ ଋତୁପର୍ଣ୍ଣୋ ଚାଟର୍ଜୀ, ମଧୂମିତା ମହାପାତ୍ର, ସୋନମ କପୁର ଓ ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯେଉଁଥିରେ କାହା ସହ ଏପରି ହୋଇଥିଲେ ଓ ତାଙ୍କୁ ହିଁ ନିଜକୁ ଠିକ୍ ରହିବାକୁ ପରାମର୍ଶ ଦିଆଯାଇଥିଲା କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ସୋନମଙ୍କ ଏହି ଟ୍ୱିଟ୍ରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କେତେକ ୟୁଜର ସେମାନଙ୍କ ସହ ଘଟିଥିବା ଏପରି ଘଟଣା ମଧ୍ୟ ସେୟାର କରିଛନ୍ତି।
Listen is a podcast series by @BlankNoise #INeverAskForIt mission. The podcast brings together survivors #sexualviolence including you and me, to speak, be heard & believed. Listen to Listen. Listen, to own the words #INeverAskForIt #triggerwarning.
— Blank Noise #INeverAskForIt (@BlankNoise) November 23, 2020
ମହିଳା ପ୍ରସଙ୍ଗରେ ସବୁ ବେଳେ ଆଗରେ ସୋନା
ମହିଳା ସମ୍ପର୍କିତ ସମସ୍ୟାକୁ ନେଇ ସୋନା ପ୍ରାୟତଃ ମୁଖର। ଅତୀତରେ ମିଁ ଠୁ! ଅଭିଯାନ ବେଳେ ମଧ୍ୟ ସୋନା ନିଡର ନିଜର ବକ୍ତବ୍ୟ ରଖିଥଲେ। ନିକଟରେ ଅଭିନେତା ମୁକେଶ ଖନ୍ନାଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ସୋନା ବେଶ୍ ପ୍ରତିକ୍ରିୟା ରଖିଥିବା ଦେଖାଯାଇଥିଲା। ଯେଉଁଥିରେ ପୁରୁଷଙ୍କ ପୁରୁଣାକାଳିଆ ବିଚାରର ଖୁବ୍ ସମାଲୋଚନା କରିଥିଲେ।