ରିୟାଙ୍କୁ ବିଷକନ୍ୟା କହିବାରୁ ଚିହିଁକି ଉଠିଲେ ସୋନା ମହାପାତ୍ର, ଲେଖିଲେ ବହୁତ ହେଇଗଲା
3/09/2020 at 12:47 PM

ନୂଆଦିଲ୍ଲୀ ୦୩/୦୯- ସୁଶାନ୍ତ ସିଂହ ରାଜପୁତ ଅପମୃତ୍ୟୁ ମାମଲାକୁ ନେଇ ଦିନ ରାତି ତଦନ୍ତ ଚାଲିଛି। ସିବିଆଇ, ଏନସିବି ସମସ୍ତେ ଅଲଗା ଅଲଗା ଦିଗରୁ ତଦନ୍ତରେ ଲାଗିଛନ୍ତି। ମାତ୍ର ଏବେ ବି ସୁଶାନ୍ତଙ୍କ ପ୍ରଶଂସକଙ୍କ ରାଗ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀଙ୍କ ଉପରେ ରହିଛି। ରିୟାଙ୍କୁ ନେଇ ସାମାଜିକ ଗଣମାଧ୍ୟରେ ବିଭିନ୍ନ କଥା ଆଲୋଚନା ହେଉଛି। କିଛି ୟୁଜର ତାଙ୍କ ଉପରେ ଆପତ୍ତିଜନକ ଶବ୍ଦ ମଧ୍ୟ ବ୍ୟବହାର କରୁଛନ୍ତି। ଏବେ ସିଙ୍ଗର ସୋନା ମହାପାତ୍ର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।
ବୟାନ ତଥା ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚାରେ ରହୁଥିବା ସୋନା ମହାପାତ୍ର ସୁଶାନ୍ତ ମାମଲାରେ ଟ୍ବିଟ୍ କରିଛନ୍ତି। ସେ ସେହି ୟୁଜର ଓ ସଂସ୍ଥା ଉପରେ ପ୍ରଶ୍ନ କରିଛନ୍ତି ଯେଉଁମାନେ ରିୟାଙ୍କୁ ବିଷକନ୍ୟା କହିଛନ୍ତି। ସେ ଟ୍ବିଟ୍ କରିଛନ୍ତି- ସୁଶାନ୍ତଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ। ତାଙ୍କୁ ନ୍ୟାୟ ମିଳିବା ଦରକାର। କେହି ବି ଏହା ଉପରେ ପ୍ରଶ୍ନ ଉଠାଉ ନାହାନ୍ତି। ମାତ୍ର ରିୟାଙ୍କୁ ବିଷକନ୍ୟା କହିବା ଓ ତାଙ୍କର ବୋଲ୍ଡ ଫଟୋ ସେୟାର୍ କରିବା କ’ଣ ଠିକ୍ ? ଏହାକୁ ନେଇ ଲୋକେ ବହୁତ କହିଲେଣି।

ସୋନାଙ୍କ ଏ ଟ୍ବିଟ୍ ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅବଶ୍ୟ ସୋନାଙ୍କ ବିଚାରକୁ ସମସ୍ତେ ସମର୍ଥନ କରୁ ନାହାନ୍ତି। ସୋସାଲ ମିଡିଆରେ ସୁଶାନ୍ତଙ୍କ ପକ୍ଷରେ ଯେଉଁ ସମର୍ଥନ ରହିଛି ସେଥିଯୋଗୁ ରିୟାଙ୍କୁ ନେଇ କୌଣସି ବୟାନକୁ ସ୍ବାଗତ କରାଯାଉ ନାହିଁ। ଏଣୁ ସୋନାଙ୍କ ଏ ଟ୍ବିଟ୍ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସି ନାହିଁ। ସେମାନଙ୍କ ନଜରରେ ରିୟା ଚକ୍ରବର୍ତୀଙ୍କୁ ସୋନା ସମର୍ଥନ କରୁଛନ୍ତି।
ଏମିତି ଦେଖିବାକୁ ଗଲେ ଦୀର୍ଘ ସମୟ ପରେ ଏବେ ବଲିଉଡର କିଛି ସେଲିବ୍ରିଟି ରିୟାଙ୍କୁ ଖୋଲା ଖୋଲି ସର୍ପୋଟ କରୁଛନ୍ତି। ଅଭିନେତ୍ରୀ ବିଦ୍ୟା ବାଲନ ଓ ଶିବାନୀ ଦାଣ୍ଡେକର ରିୟାଙ୍କୁ ଅଭିଯୁକ୍ତ ମାନୁ ନାହାନ୍ତି। ଦୁହେଁ ଦାବି କରିଛନ୍ତି ଯେତେ ପର୍ଯ୍ୟନ୍ତ ଜଣକ ବିରୋଧରେ ପ୍ରମାଣ ମିଳିନାହିଁ, ସେ ସେତେ ପର୍ଯ୍ୟନ୍ତ ଦୋଷୀ ନୁହେଁ।