ସୋନା ମହାପାତ୍ର କହିଲେ, କଙ୍ଗନା ରାକ୍ଷସ ସହ ଲଢ଼ୁ ଲଢ଼ୁ ରାକ୍ଷସୀ ହୋଇଗଲେଣି

Published By : Prameya-News7 Bureau | September 25, 2020 IST

ମୁମ୍ବାଇ ୨୫/୦୯: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ କିଛି ମାସ ହେବ ବଳିଉଡ ବିରୋଧରେ କ୍ରମାଗତ ନିଜ ମତ ରଖି ଆସୁଛନ୍ତି। କେବଳ ଏତିକି ନୁହେଁ ବଲିଉଡ୍ ଡ୍ରଗ୍ସ କନେକସନରେ ବାବଦରେ ମଧ୍ୟ ସେ ବଡ଼ ବଡ଼ କଳାକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହା ସହ ବଲିଉଡରେ ୯୯ ପ୍ରତିଶତ ଡ୍ରଗ୍ସ ବ୍ୟବହାର ହେଉଥିବା ସେ ଦାବି କରିଛନ୍ତି। ଏହାର ପ୍ରତିବଦଳରେ କଙ୍ଗନାଙ୍କୁ ମଧ୍ୟ ଅନେକ ବହୁତ କିଛି ଶୁଣାଉଛନ୍ତି। ଏବେ କଙ୍ଗନା ରଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ଏହା ସହ ସୋନା ତାଙ୍କୁ ରାକ୍ଷସ (ମନଷ୍ଟର) ମଧ୍ୟ କହିଛନ୍ତି।

ସୋନା କହିଛନ୍ତି ପ୍ରଥମେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିଲେ ମାତ୍ର ଏବେ ତାଙ୍କୁ ଆଦୌ ସମର୍ଥନ କରୁ ନାହାନ୍ତି। ପ୍ରଥମେ କଙ୍ଗନା ଯେଉଁ ସବୁ କଥାକୁ ବିରୋଧ କରୁଥିଲେ ଆଜିକାଲି ସେସବୁ ନିଜେ କରୁଛନ୍ତି। ଏପରିକି ଯେତେବେଳେ କଙ୍ଗନା ବଲିଉଡର ‘କ୍ବିନ୍’ ହୋଇ ନ ଥିଲେ ସେତେ​‌ବେଳେ ସୋନା ତାଙ୍କୁ ସମର୍ଥନ କରୁଥିଲେ।

ସୋନା ଆହୁରି କହିଛନ୍ତି ଜଣେ ରାକ୍ଷସ ସହ ଲଢ଼ିବା ବେଳେ ନିଜର ଆଚରଣ ସେହିପରି ହୋଇଯାଏ। ନିଜେ ସେହି ସବୁ ଲକ୍ଷଣ ପ୍ରଦର୍ଶନ କରନ୍ତି ଯାହା ପୂର୍ବରୁ ଖୋଦ ନିଜେ ଅଭିଯୋଗ କରନ୍ତି। ଲାଗେ ଯେମିତି କିଛି ନା କିଛି ନିଶ୍ଜିତ ଭୁଲ ଚାଳିଛି। ଏବେ କଙ୍ଗନା ଠିକ୍ ସେମିତି ରାକ୍ଷସ ହୋଇଯାଇଛନ୍ତି। ଏ​‌ଣୁ କଙ୍ଗନା ଯାହା ସହ ଲଢ଼ୁଥିଲେ ସେ ନିଜେ ଠିକ ସେମିତି ହୋଇଗଲେଣି। ସେ ଅନ୍ୟକୁ ଗାଳିଗୁଲଜ କରିବା ସହ ଅନ୍ୟର କ୍ରେଡିଟ୍ ନେଇ ଯାଆନ୍ତି। ଲାଗୁଛି ଯାହା ସହ ସେ ସହାନୁଭୂତି ରଖିଥାନ୍ତି ତାସହ କଙ୍ଗନାଙ୍କର କିଛି ପର୍ସନାଲ ଏଜେଣ୍ଡା ରହିଛି।

ସୂଚନାଯୋଗ୍ୟ କଙ୍ଗନା ପୂରା ବଲିଉଡକୁ ଟାର୍ଗେଟ କରିଛନ୍ତି। ସେ ଉଦ୍ଧବ ଠାକରେ, ଅନୁରାଗ କଶ୍ୟପ ହୁଅନ୍ତି କି ଜୟା ବଚ୍ଚନ। କଙ୍ଗନା କାହାକୁ ବି ଭୟ କରନ୍ତି ନାହିଁ। ସେ ସମସ୍ତଙ୍କ ବିରୋଧରେ ନିଜର ବୟାନବାଜି ଜାରି ରଖନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.