ପୁଣି ଟ୍ୱିଟ୍ ରେ ସଲମାନଙ୍କୁ ଟାର୍ଗେଟ କଲେ କୋକ୍ ଷ୍ଟୁଡିଓ ଗାୟିକା, କହିଲେ 'କାଗଜ ବାଘ'

Published By : Prameya-News7 Bureau | June 17, 2019 IST

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ଟ୍ୱିଟର ହ୍ୟାଣ୍ଡଲରେ ଟାର୍ଗେଟ୍ କରିଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ଫିଲ୍ମ ‘ଭାରତ’କୁ ନେଇ ସୋନା ସଲମାନଙ୍କୁ କଡା ଟିପ୍ପଣୀ କରିବା ସହ ‘କାଗଜୀ ବାଘ’ କହିଛନ୍ତି। ତେବେ ସୋନା ଏଥିରେ କାହାର ନାମ ନେଇ ନାହାନ୍ତି। ଫିଲ୍ମ ଭାରତର ଆୟକୁ ନେଇ ବକ୍ସ ଅଫିସ ଟ୍ୱିଟ୍ ରେ ରିଟ୍ୱିଟ୍ କରି ଏଭଳି କଟାକ୍ଷ କରିଛନ୍ତି।  ସୋନା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି  ‘ ଏଭଳି କାଗଜୀ ବାଘଙ୍କ ପୂଜା ଛାଡି ଚାଲ ଅଧିକ ଦକ୍ଷ ନାୟକଙ୍କୁ ଖୋଜିବା ’।

wp:html /wp:html

ତେବେ ବଲିଉଡ୍ ଦବଙ୍ଗଙ୍କୁ ଟ୍ୱିଟରରେ ସୋନା ଏଣୁତେଣୁ ମନ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ସୋନା ଉପରେ ପଡି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ସୋନାଙ୍କ ଏଭଳି କାର୍ଯ୍ୟରେ ସଲମାନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି, କି କରିବାର ଆବଶ୍ୟକତା ମଧ୍ୟ ଅନୁଭବ କରିନାହାନ୍ତି।

{"id":124200}

କିଛିଦିନ ପୂର୍ବରୁ ସୋନା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ସ୍କ୍ରିନ ସଟ୍ ସେୟାର କରିଥିଲେ। ଯେଉଁଥିରେ ସେ ସଲମାନଙ୍କୁ ନେଇ ଲେଖଥିଲେ ଡିୟର ଟ୍ୱିଟର ମୁଁ ଏହି ବ୍ୟକ୍ତିଙ୍କୁ ଫଲୋ କରେ ନାହିଁ, ଏଣୁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଆପଣଙ୍କର ଏଲଗରିଦିମକୁ ସଜାଗ କରନ୍ତୁ ଓ ମୋ ଟାଇମ ଲାଇନରେ ତାଙ୍କ ବିଜ୍ଞାପନ ଦିଅନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.