ସଲମାନ୍‌ ଖାନଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର : ଟିକ୍‌ଟକ୍‌ରେ ମହିଳାଙ୍କ ଉପରେ ଆପତ୍ତିଜନକ ଭିଡିଓକୁ ନେଇ ବର୍ଷିଲେ

Published By : Prameya-News7 Bureau | May 20, 2020 IST

ମୁମ୍ବାଇ ୨୦/୫: ଟିକ୍‌ଟକ୍ ପ୍ଲାଟଫର୍ମକୁ ନେଇ ଗତ କିଛି ଦିନ ହେଲା ବିବାଦ ଚାଲିଛି। ପ୍ଲାଟଫର୍ମରେ ଭାଇରାଲ୍ ହେଉଥିବା କିଛି ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି। ନିକଟରେ ଟିକ୍‌ଟକ୍‌ରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଯେଉଁଠାରେ ୟୁଜର ଜଣେ ଯୁବତୀଙ୍କ ଉପରେ ଏସିଡ ଭଳି କିଛି ଫିଙ୍ଗିବାକୁ ଉଦ୍ୟମ କରୁଛି। ଏହି ଭିଡିଓରେ ଅନେକ ଲୋକଙ୍କର ଅସନ୍ତୋଷଜନକ ପ୍ରତିକ୍ରିୟା ସାମନାକୁ ଆସିଛି।

wp:core-embed/twitter {"url":"https://twitter.com/sonamohapatra/status/1262386870450900992","type":"rich","providerNameSlug":"twitter","className":""}
https://twitter.com/sonamohapatra/status/1262386870450900992
/wp:core-embed/twitter

 ଏବେ ସିଙ୍ଗର ସୋନା ମହାପାତ୍ର ମଧ୍ୟ ଏହି ବିବାଦରେ ନିଜ ବର୍ଷିଛନ୍ତି। ସେ ଏହି ଭିଡିଓ ବିରୋଧରେ ନିଜ ରାଗ ବଖାଣିଛନ୍ତି କିନ୍ତୁ ଗୋଟିଏ ପାଦ ବଢ଼ି ସେ ସଲମାନ ଖାନଙ୍କୁ ଟାର୍ଗେଟ୍ କରିଛନ୍ତି। ସୋନା ଟ୍ବିଟ୍ କରିଛନ୍ତି ଯେ,‘ଆମ ସଂସ୍କୃତିରେ ମହିଳାଙ୍କୁ ଅପମାନ କରିବା,ତାଙ୍କୁ ନୀଚା ଦେଖାଇବା ସ୍ବାଭାବିକ କଥା। ଆମେ ତ ପିଲାଦିନୁ ଶୁଣି ଆସୁଛୁ ଯେ ସଲମାନ୍ ଖାନ୍ ନିଜ ଗାର୍ଲଫ୍ରେଣ୍ଡଙ୍କ ମଥାରେ ବୋତଲ ଭାଙ୍ଗି ଦେଉଥିଲେ,କିନ୍ତୁ ତଥାପି ସେ ସବୁଠୁ ବଡ଼ ଷ୍ଟାର୍।

wp:core-embed/twitter {"url":"https://twitter.com/LicypriyaK/status/1262295508468428801","type":"rich","providerNameSlug":"twitter","className":""}
https://twitter.com/LicypriyaK/status/1262295508468428801
/wp:core-embed/twitter

ସୋନା ଆଉ ଏକ ଟ୍ବିଟ୍ ଜରିଆରେ ଏହି କଥାରେ ନିଜ ଖୁସି ଜାହିର କରିଛନ୍ତି ଯେ ସେ ଟିକଟକରେ ନାହାନ୍ତି। ସେ ଟିକଟକକୁ ଏକ ଛୋଟ ପ୍ଲାଟଫର୍ମ ବୋଲି କହିଛନ୍ତି ଯେଉଁଠାରେ ଲୋକେ ତାଙ୍କ ଗୀତରେ ଅଭିନୟ କରିବାକୁ ଉଦ୍ୟମ କରୁଛନ୍ତି।

wp:core-embed/twitter {"url":"https://twitter.com/zoo_bear/status/1262362342832001025","type":"rich","providerNameSlug":"twitter","className":""}
https://twitter.com/zoo_bear/status/1262362342832001025
/wp:core-embed/twitter

କିଛି ଦିନ ତଳେ ଟିକଟକରେ ଫୈଜଲ୍ ସିଦ୍ଦିକୀଙ୍କ ଏକ ବିବାଦୀୟ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଆକ୍ଟିଂ ଜରିଆରେ ଫୈଜଲ୍ ଜଣେ ଯୁବତୀଙ୍କ ଉପରେ ଏସିଡ ଭଳି କିଛି ଫିଙ୍ଗୁଛନ୍ତି। ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଏହାକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.