ସୋନୁ ନିଗମଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର: ନିଜକୁ କଣ୍ଟ୍ରୋଲରେ ରଖ ବୋଲି କହିବା ସୋନୁଙ୍କୁ ପଡିଲା ମହଙ୍ଗା...

Published By : Prameya-News7 Bureau | November 01, 2019 IST

ମୁମ୍ବାଇ୧/୧୧: ବଲିଉଡ୍‌ର କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ବିରୋଧରେ ଅଭିଯୋଗ ଆଣିଲେ ସୋନା ମହାପାତ୍ର। ସୋନୁ ନିଗମ କହିଥିବା କଥାର ଜବାବ ସେ ଟ୍ବିଇଟ୍‌ ମାଧ୍ୟମରେ ଦେଇଛନ୍ତି। ସୋନାଙ୍କ ସ୍ବାମୀ ରାମ ସମ୍ପଥଙ୍କୁ ସୋନୁ ନିଗମ କଲ କରି ତାଙ୍କ ସ୍ତ୍ରୀଙ୍କ ପ୍ରତି ଧ୍ୟାନ ଦେବା କଥା କହିଥିଲେ। ସୋନୁଙ୍କ ତୁଣ୍ଡରୁ ଏପରି କଥା ବାହାରି ଯିବା ପରେ ସୋନୁଙ୍କୁ ସୋନା କାଉଣ୍ଟର ଆଟାକ୍‌ କରିଛନ୍ତି। ସେ କହିଛନ୍ତି  # Me Tooରେ ଶିକାର ହୋଇଥିବା କଣ୍ଠ ଶିଳ୍ପୀ ଅନୁ ମଲ୍ଲିକଙ୍କୁ ସୋନୁ ନିଗମ ସମର୍ଥନ କରିବା ଅତି ଦୁର୍ଭାଗ୍ୟଜନକ।

wp:core-embed/twitter {"url":"https://twitter.com/sonamohapatra/status/1189367817746804738","type":"rich","providerNameSlug":"twitter","className":""}
https://twitter.com/sonamohapatra/status/1189367817746804738
/wp:core-embed/twitter

ଘଟଣା ଅନୁସାରେ କିଛି ଦିନ ତଳେ ସୋନାଙ୍କ ସ୍ବାମୀ ରାମ ସମ୍ପଥଙ୍କୁ ସୋନୁ ନିଗମ ଫୋନ କରିଥିଲେ। ସୋନୁ ଫୋନରେ ରାମଙ୍କୁ କହିଥିଲେ ତାଙ୍କ ସ୍ତ୍ରୀ ସୋନା ମହାପାତ୍ରଙ୍କୁ ନିଜ କଣ୍ଟ୍ରୋଲରେ ରଖିବା ସହ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ପରେ ସୋନା ମହାପାତ୍ର ଟ୍ବିଇଟ୍‌ ମାଧ୍ୟମରେ ସୋନୁ ନିଗମଙ୍କକ ଉପରେ ରାଗ ସୁଝାଇଥିଲେ।

wp:core-embed/twitter {"url":"https://twitter.com/sonamohapatra/status/1189063817231093760","type":"rich","providerNameSlug":"twitter","className":""}
https://twitter.com/sonamohapatra/status/1189063817231093760
/wp:core-embed/twitter

ଏ ସଂପର୍କରେ ସୋନା ଟ୍ବିଇଟ କରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଟିଏ ରିୟଲିଟି ‘ସୋ’ ର ଜଜ୍ ପ୍ୟାନେଲିଷ୍ଟ୍‌ରୁ ତାଙ୍କ ନାଁ ହଟାଇ ଦିଆଯାଇଥିଲା। ସେ ଏହି ସଂପର୍କରେ ମଧ୍ୟ ଟ୍ବିଇଟର ପେଜରେ ଲେଖିଛନ୍ତି। ସୋନୁ ନିଗମ ନିଜର ଲୋକ ପ୍ରିୟତା ପାଇଁ ଅନୁ ମଲ୍ଲିକଙ୍କୁ ସମର୍ଥନ କରୁ ଥିଲେ ବୋଲି ସୋନା କହିଛନ୍ତି। ଯଦି ତାହା ନୁହେଁ ତେବେ ଅଭିଯୁକ୍ତଙ୍କୁ ସୋନୁ ନିଗମ ସମର୍ଥନ କରିବା କେତେ ଦୂର ଠିକ୍ ବୋଲି ସୋନା ମହାପାତ୍ର ଏକ ସାକ୍ଷାତାକାରରେ କହିଛନ୍ତି। ସୋନା ମହାପାତ୍ରଙ୍କ ଏଭଳି ଟ୍ବିଇଟ୍ ପରେ ସୋନୁ ନିଗମ ପ୍ରତିକ୍ରିୟା ମିଳି ପାରି ନାହିଁ। ସୋନାଙ୍କ ଟ୍ବିଇଟ୍‌ରେ କମେଣ୍ଟ ଦେଇଥିବା କିଛି ୟୁଜର୍ସଙ୍କୁ ମଧ୍ୟ ସେ ଉତ୍ତର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.