Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ପୁରୁଣା ରାଗ ସୁଝାଇବାକୁ ସୁଯୋଗ ପାଇଗଲେ ସୋନା ମହାପାତ୍ର, ସୋନୁ ନିଗମଙ୍କୁ ଟାର୍ଗେଟ୍, କହିଲେ- ‘ମିଠୁ ବେଳେ ବିରୋଧି ଶିବିରରେ ଥିଲେ’

26/06/2020 at 3:47 PM

ମୁମ୍ବାଇ, ୨୬|୦୬ :  ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡରେ ନେପାଟିଜମକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏହି ପ୍ରସଙ୍ଗରେ ବଲିଉଡ ଜଗତର ଅନେକ ବ୍ୟକ୍ତି ସ୍ୱର ଉତ୍ତୋଳନ କରିଛନ୍ତି । ଗାୟକ ସୋନୁ ନିଗମ ମଧ୍ୟ ଇଣ୍ଡଷ୍ଟ୍ରୀର ଅନେକ ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ସୋନୁଙ୍କୁ ପ୍ରତି ଜବାବ ଦେଇଛନ୍ତି ବିଦ୍ୟା ଖୋସଲା । ଏବେ ଗାୟିକା ସୋନା ମହାପାତ୍ର ମଧ୍ୟ ସୋନୁଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ।

ସୋନା ଟ୍ୱିଟ୍ କରି କହିଛନ୍ତି ଯେ, ସୋନୁ ନିଗମ ହେଉଛନ୍ତି ସିଏ ଯିଏକି ମିଠୁ ଅଭିଯୁକ୍ତ ଅନୁ ମଲିକଙ୍କୁ ସମର୍ଥନ କରିଥିଲେ । ଆଜି ସେ ନୋପୋଟିଜମ୍ କଥା କହୁଛନ୍ତି । ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ମାଫିଆ ବାବଦରେ କହୁଛନ୍ତି । ଅନୁ ମଲିକଙ୍କ ବିରୋଧରେ ପ୍ରମାଣ ଥିଲେ ମଧ୍ୟ ସୋନୁ ନିଗମ ଚୁପ୍ ରହିଥିଲେ । ଇଣ୍ଡଷ୍ଟ୍ରୀ ଠିକ୍ ରହୁ ବୋଲି ସେ ଚାହାଁନ୍ତି ନାହିଁ ।

ପୂର୍ବରୁ ମିଠୁ ମାମଲାକୁ ନେଇ ଇଣ୍ଡଷ୍ଟ୍ରୀରେ ବିବାଦ ଆରମ୍ଭ ହୋଇଥିଲା । ସୋନା ମହାପାତ୍ର ମିଠୁ ଅଭିଯୁକ୍ତ ଅନୁ ମଲିକଙ୍କୁ ଇଣ୍ଡିଆଲ୍ ଆଇଡଲ ସୋରୁ ବାହାର କରିବାକୁ ଅପିଲ କରିଥିଲେ । ଏହାପରେ ଅନୁଙ୍କୁ ସୋରୁ ବାହାର କରାଯାଇଥିଲା  । ଏହି ପ୍ରସଙ୍ଗରେ ସୋନୁ ନିଗମ ଅନୁଙ୍କୁ ସମର୍ଥନ କରିଥିଲେ ।

ନିକଟରେ ସୋନୁ ନିଗମ ଏକ ଭିଡିଓ ସେୟାର କରି କହିଥିଲେ ଯେ, ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ମଧ୍ୟ ନୋପୋଟିଜମ ରହିଛି । ମ୍ୟୁଜିକ୍ ମାଫିଆ ମନଇଛା କାମ କରୁଛନ୍ତି । ନୂଆ ଗାୟକଙ୍କୁ ସୁଯୋଗ ଦେଉନାହାଁନ୍ତି । ସେ ଟି ସିରିଜର ଭୁଷଣ କୁମାରଙ୍କ ନାଁ ନେଇ ସମାଲୋଚନା କରିଥିଲେ । କିନ୍ତୁ ଭୁଷଣ କୁମାର ସମସ୍ତ ଅଭିଯୋଗକୁ ମିଛ କହିଥିଲେ ।

   Related Posts