ବ୍ରହ୍ମପୁର ଅନନ୍ତନଗରରେ ମା'କୁ ପୁଅର ନିର୍ଯାତନା, ଦେଖନ୍ତୁ ଭାଇରାଲ ଭିଡିଓ

Published By : Prameya-News7 Bureau | December 15, 2018 IST

ବ୍ରହ୍ମପୁର ୧୫|୧୨: ବ୍ରହ୍ମପୁର ଅନନ୍ତନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଘର ବାହାରେ ମା’କୁ ଛାଡିଦେଇ ଭିତରୁ କବାଟ ବନ୍ଦ କରିଦେଇଥିଲେ ପୁଅ ଓ ବୋହୂ । ଶୀତ କାକରରେ ଘର ବାହାରେ ଅସହାୟ ଅବସ୍ଥାରେ ପଡିଥିଲା ମା’ । ପାଣି ଟିକିଏ ମାଗିଲେ ବି କେହି ତାଙ୍କୁ ଦେଇନଥିଲେ ।  ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ମା’କୁ ଅନ୍ୟ ପୁଅ ପାଖକୁ ପଠାଇବା ପାଇଁ ରାତି ଅଧରେ ଏମିତି ଘରୁ ବାହର କରିଦେଇଥିଲା ପୁଅ । ଶୀତ କାକରରେ ଥରି ଥରି ବିକଳ ହୋଇ କାନ୍ଦୁଥିଲା ଅସହାୟ ମା’ଟି । ହେଲେ ମା’ର କାନ୍ଦ  ପୁଅ ଓ ବୋହୂଙ୍କୁ ଶୁଣାଯାଇନଥିଲା । ମା’ ଏଭଳି କାନ୍ଦୁଥିବାର ଶୁଣି ଗାଁଲୋକମାନେ ସେଠାରେ ଆସି ରୁଣ୍ଡ ହୋଇଯାଇଥିଲେ। ଏହାପରେ ପୁଅକୁ ନିର୍ଦ୍ଦୁମ ଗାଳି ଗୁଲଜ କରିଥିଲେ । ଫଳରେ ଉପାୟ ନପାଇ ପୁଅ ମା’କୁ ପୁଣି ଘରକୁ ନେଇଥିଲା ।

wp:core-embed/youtube {"url":"https://www.youtube.com/watch?v=1VZZjKdza7g","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=1VZZjKdza7g
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.