Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଭୁବନେଶ୍ବର: ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନଧରି ବାଥରୁମ୍‌ରେ ବନ୍ଦୀ ରଖି ଥିଲେ ପୁଅ-ବୋହୂ, ଝିଅ ଖୋଲି ଦେଲା ଅସଲ ମୁଖା

6/11/2020 at 11:32 AM

ପାଲିପାଟଣା୬/୧୧: ସମ୍ପତ୍ତି ଲୋଭରେ ଏତେ ନିଷ୍ଠୁର ହୋଇପାରେ ରକ୍ତର ସଂପର୍କ। ଭୋକ-ଉପାସରେ ରହି ପିଲାମାନଙ୍କୁ ବଡ କରିବା ପରେ ପରିଣତ ବୟସରେ ବାପାଙ୍କ ପ୍ରତି ପୁଅର ନିର୍ଯାତନା ଅସହ୍ୟ ହୋଇପଡିଛି। ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନ ଧରି ବାଥରୁମ୍‌ରେ ବନ୍ଦ କରି ରଖିଥିଲା ପୁଅ।ପୁଣି ତା ସାଙ୍ଗକୁ ମାଡ ଗାଳି ଦେଉଥିଲେ ପୁଅ-ବୋହୂ।

ଏମିତି ଲଜ୍ଜାଜନକ ଘଟଣା କୌଣସି ଗ୍ରାମାଞ୍ଚଳରେ ନୁହେଁ ଖୋଦ୍ ରାଜଧାନରେ ଦେଖିବାକୁ ମିଳିଛି। ଭୁବନେଶ୍ବର ପଳାଶୁଣିରେ  ନବଘନ ସେଠୀଙ୍କୁ  ତାଙ୍କ ପୁଅ- ବୋହୂ ଏପରି ନିର୍ଯ୍ୟାତନା ଦେଉଥିଲେ। କେବଳ ସେତିକି ନୁହେଁ, ମାଡ଼ ମାରିବା ସହ  ବୃଦ୍ଧଙ୍କୁ ଲଣ୍ଡା ମଧ୍ୟ କରି ଦେଇଥିଲେ।୮ ଦିନ କାଳ ବାପାଙ୍କୁ ଖାଇବା-ପିଇବାକୁ ନ ନେଇ ବାଥରୁମ୍‌ରେ ବନ୍ଦ କରିବା ରଖିବା ଘଟଣାକୁ ପଡୋଶୀ ଜାଣି ପାରିଥିଲେ।ଏ  ସଂପର୍କରେ ବୃଦ୍ଧଙ୍କ ଝିଅଙ୍କୁ ଖବର ଦେଇଥିଲେ।  

ମିଳିଥିବା ସୂଚନା ଅନୁସାରେ  ନବ ଘନଙ୍କ ନାମରେ ଥିବା ଏକ ଘରକୁ ପୁଅ – ବୋହୁଙ୍କ ନାମରେ କରାଇ ଦେବାକୁ ଚାପ ପକାଇଥିଲେ ପୁଅ-ବୋହୂ । ବୃଦ୍ଧ ଜଣକ ରାଜି ନହେବାରୁ ତାଙ୍କୁ ଏପରି ନିର୍ଯ୍ୟାତନା ଦେଇଛନ୍ତି ପୁଅ – ବୋହୁ । ବୃଦ୍ଧଙ୍କ ଝିଅ ପୋଲିସ୍ ଧରି ବାପାଙ୍କୁ ଉଦ୍ଧାର କରିଥିଲେ।ଏହି ଘଟଣାରେ ପୋଲିସ୍ ବର୍ତ୍ତମାନ ତଦନ୍ତ କରୁଛି।  

   Related Posts