ଜଣେ ଯୁବକ ନିଜ ମାଆ ବାପାଙ୍କ ଉପରେ ଆକ୍ରମଣ କରି ବାପାଙ୍କୁ ହତ୍ୟା କରିଥିବାବେଳେ ମା ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ବାପା ମାଁ ହିଁ ତା ଉପରେ ଗୁଣିଗାରେଡି ପ୍ରୟୋଗ କରୁଛନ୍ତି ବୋଲି ସଂଦେହ ଯୋଗୁଁ ସେ େଭଳି ଜଘଣ୍ୟ କାଣ୍ଡ ଘଟାଇଛି । ଦିଲ୍ଲୀ ଗୁରୁଗ୍ରାମରେ ଏଭଳି ଘଟଣା ଘଟିଛି ।
କେବଳ ସେତିକି ନୁହେଁ ସାନ ଭାଇକୁ ମାଆ ବାପା ଅଧିକ ଭଲ ପାଆନ୍ତି ବୋଲି କହି ନିଜ ରାଗ ପ୍ରକାଶ କରିଛି ଅଭିଯୁକ୍ତ।ପୋଲିସ ପଚରାଉଚୁରା କରିବା ସମୟରେ ଅଭିଯୁକ୍ତ ତ୍ରିଷଭ ଏହିସବୁ କଥା କହିଥିଲା।ପୋଲିସ ତାକୁ ଗିଫ କରି କୋର୍ଟଚାଲାଣ କରପିବା ପରେ ଅଦାଲତ ତାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇଦେଇଛନ୍ତି । ମୃତ ବାପାଙ୍କୁ ବୟସ ୬୫ ହୋଇଥିଲା ।ଘଟଣା ପରେ ଡାକ୍ତରଖାନାରେ ବାପାଙ୍କ ମୃତ୍ୟୁ ହୋଇଥିଲା ଓ ମାଆ ଗୁରୁତର ଅବସ୍ଥାରେ ଥିଲେ। ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରିଥିଲା।
ପୋଲିସ ଅଧିକାରୀଙ୍କ ଅନୁସାରେ ଭିଯୁକ୍ତ ନିଜେ ସ୍ବୀକାର କରିଛି ଯେ, ସେ ନିଜ ମାଆ ବାପାଙ୍କୁ ଆକ୍ରମଣ କରିଛି। ହେଲେ ସେ କହିଛି ଯେ, ମାଆ ବାପା ତା ଉପରେ ଗୁଣିଗାରେଡି କରିଥିଲେ। ଏଥିପାଇଁ ସେ ମାନସିକ ରୋଗରେ ଆକାନ୍ତ ହୋଇଥିଲା।
{"id":162571,"width":553,"height":474}ସଂପୃକ୍ତ ଅଭିଯୁକ୍ତ ଅନୁସାରେ ମାଆ ବାପା ତା ସାନ ଭାଇକୁ ଅଧିକ ଭଲ ପାଉଥିଲେ।ଏହା ତାକୁ ବେଶୀ ବାଧୁଥିଲା । ସେଥିପାଇଁ ସେ ନିଜ ବାପାଙ୍କ କାନ୍ଧରେ ପାଖାପାଖି ୧୨ ଥର ଛୁରି ଭୁସିଥିଲା । ପରିବାର ଲୋକଙ୍କ ଅନୁସାରେ ତ୍ରିଷଭକୁ ଗତ ୩ମାସ ହେଲାମାନସିକ ଚିକିତ୍ସା କରାଯାଉଥିଲା ।
ବାପା ଗୁଣିଗାରେଡି କକରିଥିବାରୁ ତାର ସ୍ଥିତି ଏମିତି ହୋଇଥିଲା ଓ କୌଣସି ସଫଳତା ମିଳୁନଥିଲା ବୋଲି ଅଭିଯୁକ୍ତ କହିଛି।ଏଥିପାଇଁ ସେ ପଡୋଶୀ, ନିଜ ମାଆ ବାପା ଓ ସାନ ଭାଇ ମୟଙ୍କକୁ ମଧ୍ୟ ତ୍ରିଷଭ ପିଟୁଥିଲା।
ମୟଙ୍କ ନିଜ ବୟାନରେ କହିଛନ୍ତି ଯେ, ତ୍ରିଷଭ ଘରେ ସବୁବେଳେ ମାରପିଟ୍ କରେ। ପଡୋଶୀମାନେ ଶୁଣି ଯଦି ସେମାନେ ଅଟକାଇବା ପାଇଁ ଆସନ୍ତି ତାହେଲେ ସେମାନେ ମଧ୍ୟ ମାଡ ଖାଆନ୍ତି। ସେଦିନ ମାରପିଟ୍ ସମୟରେ ମୟଙ୍କ ସବୁକିଛି ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ଅଭିଯୁକ୍ତ ଭାଇ ତାଙ୍କୁ ମଧ୍ୟ ଛାଡିନଥିଲା। ପୋଲିସ ଘଟଣାର ଅନୁସନ୍ଧାନ କରୁଛି। ଘଟଣାସ୍ଥଳରୁ ଅଭିଯୁକ୍ତ ହତ୍ୟା କରିଥିବା ଛୁରି ମଧ୍ୟ ଜବତ କରାଯାଇଛି।