Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

PUBG ଖେଳିବା ପାଇଁ ମୋବାଇଲ ନମ୍ବର ରିଚାର୍ଜ କରିବାକୁ ମନା କଲେ ମାଆ, ରଶି ଲଗାଇ ଆତ୍ମହତ୍ୟା କରିଦେଲା ପୁଅ

24/05/2020 at 4:13 PM

ଭୋପାଳ, ୨୪|୦୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ର ଆତ୍ମହତ୍ୟା କରି ନିଜ ଜୀବନ ହାରିଛନ୍ତି । କୁହାଯାଉଛି ଯେ, ଛାତ୍ର ଜଣଙ୍କ PUBG ଖେଳୁଥିଲେ । ଏହା ତାଙ୍କ ପାଇଁ ନିଶା ପାଲଟିଯାଇଥିଲା । କିନ୍ତୁ ତାଙ୍କ ମାଆ ମୋବାଇଲ୍ ରିଚାର୍ଜ ନକରିବାରୁ ସେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ ।

ଭୋପାଳର ବାଗସେବାନିଆରେ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ନୀରଜ କୁଶଓ୍ୱାହା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ନୀରଜ ଆଇଆଇଟି କୋର୍ସ କରୁଥିଲେ । ପୋଲିସର କହିବାନୁସାରେ, ନୀରଜଙ୍କ ପିତା ବିରେଶ କୁଶଓ୍ୱାହା ସାନ ପୁଅକୁ ଧରି ମୁଗାଲିଆ ଅଞ୍ଚଳକୁ ଯାଇଥିଲେ । ଘରେ ନୀରଜ ଓ ତାଙ୍କ ମାଆ ସବିତା ଥିଲେ । ପରେ ମାଆ ମଧ୍ୟ ଘର ବାହାରକୁ କୌଣସି କାରଣ ପାଇଁ ଯାଇଥିଲେ । ତେବେ ଦ୍ୱିପ୍ରହରରେ ଘର ଲୋକେ ନୀରଜଙ୍କ ରୁମର କବାଟ ଭିତରପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ରୁମର ଝରକା ଖୋଲିବା ପରେ ନୀରଜ ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ପରେ ରୁମର କବାଟ ଭାଙ୍ଗି ନୀରଜଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନୀରଜଙ୍କ ମାଆ ପୋଲିସକୁ କହିଛନ୍ତି ଯେ, ପୁଅ PUBG ଖେଳିବା ପାଇଁ ମୋବାଇଲରେ ୩ ମାସିଆ ଇଣ୍ଟରନେଟ୍ ପ୍ୟାକ୍ ରିଚାର୍ଜ କରିବାକୁ କହିଥିଲେ । କିନ୍ତୁ ମାଆ ଗୋଟିଏ ମାସ ପାଇଁ ରିଚାର୍ଜ କରିବାକୁ ନୀରଜଙ୍କୁ କହିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଏହି ଝଗଡା ଏତେ ଭୟଙ୍କର ରୂପ ନେବ ବୋଲି ସବିତା ଅନୁମାନ ବି କରିପାରି ନଥିଲେ । ତେବେ ଲକଡାଉନ୍ ପରେ ନୀରଜ ରାତି ୨ଟା ଯାଏଁ PUBG ଖେଳୁଥିଲେ ବୋଲି ମାଆ ସବିତା କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts