Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ଦିନ ଧରି ମାଆର ଶବ ପାଖରେ ବସି ରହିଥିଲା ପୁଅ, କାହାକୁ ଛୁଇଁବାକୁ ଦେଲାନି, ଦେଖନ୍ତୁ ଭିଡିଓ…

9/08/2020 at 6:38 PM

ରତଲାମ ୦୯।୦୭: ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଏକ ମାନସିକ ବିକୃତ ବ୍ୟକ୍ତିଙ୍କୁ ବାଧ୍ୟ ହୋଇ କାନ୍ଥରେ ବାନ୍ଧିବାକୁ ପଡିଛି। କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ବ୍ୟକ୍ତିର ମାଙ୍କ ତିନି ଦିନ ପୂର୍ବେ ଦେହାନ୍ତ ଘଟିଥିଲା। ହେଲେ ସେ ନିଜ ମାଙ୍କ ଶବକୁ ଧରି କି ବସି ରହିଥିଲା ଏବଂ କାହାରିକୁ ମଧ୍ୟ ଛୁଇଁବାକୁ ଦେଇନଥିଲା।

ମୃତକ ମହିଳାଙ୍କ ନାମ ନାରାୟଣୀ ବାଇ। ସେ ନିଜ ପୁଅଙ୍କ ସହ ଗୁଲାବ ଚକ୍କର ନିକଟ ଏକ ସରକାରୀ କଠୋରୀରେ ରହୁଥିଲେ। ତାଙ୍କ ପୁଅ ରମେଶ ମାନସିକ ବିକୃତ। ରୋଗାକ୍ରାନ୍ତ କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଘରୁ ଦୁର୍ଘନ୍ଧ ବାହାରିବାରୁ ପୋଲିସ କର୍ମୀ ଏବଂ ନିଗମର କର୍ମଚାରୀ ଯେବେ ବୃଦ୍ଧାଙ୍କ ଶବ ନେବାକୁ ପହଞ୍ଚିଲେ ଯୁବକ ଜଣକ ହଙ୍ଗାମା କରିଥିଲା।

courtesy: Punjab Keshari

ଧାରୁଆ ହତିଆରରେ କର୍ମଚାରୀଙ୍କୁ ଡରାଇବାକୁ ଲାଗିଥିଲା ଏବଂ ଜଣେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ହଙ୍ଗାମା କରୁଥିବା ଏହି ବ୍ୟକ୍ତିକୁ କାବୁ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ପୋଲିସ୍‌ ରସିରେ ଯୁବକଙ୍କୁ କାନ୍ଥରେ ବାନ୍ଧି ଦେଇଥିଲେ। ଏହା ପରେ ବୃଦ୍ଧାଙ୍କ ଶବକୁ ନିଆଯାଇଥିଲା।

ଶବରୁ ଦୁର୍ଘନ୍ଧ ବାହାରିବା ସହ ପୋକ ମଧ୍ୟ ଲାଗି ସାରିଥିଲା। ଏଥିପାଇଁ କେହି ହେଲେ ଶବକୁ ହାତ ଲଗାଇବାକୁ ପ୍ରସ୍ତୁତ ନଥିଲେ। ଏହା ପରେ ଜଣେ ଗଣମାଧ୍ୟମକର୍ମୀ ପୋଲିସ ଓ ନିଗମ କର୍ମୀଙ୍କ ସାହାଯ୍ୟରେ ଶବକୁ ଉଠାଇ ହସ୍ପିଟାଲ ପଠାଇଥିଲେ। ଷ୍ଟେସନ ରୋଡ ଥାନା ପୋଲିସ ମାମଲାର ଯାଞ୍ଚ କରୁଛି।

   Related Posts