Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମରି ନାହିଁ ମାନବିକତା : କ୍ୟାନସର ରୋଗୀଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଦିଲ୍ଲୀ ପୋଲିସ୍ କରାଇବ ପୁଅଙ୍କ ବିବାହ

3/05/2020 at 10:54 AM

ନୂଆଦିଲ୍ଲୀ ୩/୫: କରୋନା ସଙ୍କଟ ସମୟରେ କରୋନା ଯୋଦ୍ଧାମାନେ ଅନବରତ ଭାବେ ଲୋକଙ୍କ ସେବାରେ ଲାଗିଛନ୍ତି। ଦେଶରେ କରୋନାର ଆତଙ୍କକୁ ରୋକିବା ପାଇଁ ଲକଡାଉନ୍ ଲାଗୁ ହୋଇଛି। ଏହି କାରଣରୁ ସବୁ ଧାର୍ମିକ ସ୍ଥଳ,ସାର୍ବଜନିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଛି। ଏପରି ପରିସ୍ଥିତିରେ ଦିଲ୍ଲୀ ପୋଲିସ୍ ପୁଣି ଥରେ ମାନବିକତାର ଉଦାହରଣ ଦେଇଛି। କ୍ୟାନରର ଶେଷ ଷ୍ଟେଜ୍ ଭୋଗୁଥିବା ଜଣେ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ପୁଅ ଦିଲ୍ଳୀ ପୋଲିସକୁ ନିବେଦନ କରିଥିଲେ। ରୋଗଗ୍ରସ୍ତ ବାପାଙ୍କ ଇଚ୍ଛା ପୂରଣ ପାଇଁ ଦିଲ୍ଲୀ ପୋଲିସ୍ ତାଙ୍କ ଅପିଲ ମାନି ନେଇଥିଲା।

ଉତ୍ତର-ପୂର୍ବ ଦିଲ୍ଲୀର ନେତାଜୀ ସୁଭାଷ ପ୍ଲେସ୍ ଅଞ୍ଚଳରେ ରହୁଥିବା ଲଭ ଗୋୟଲ ନାମକ ଜଣେ ଯୁବକ ଦିଲ୍ଲୀ ପୋଲିସକୁ ଏକ ଚିଠି ଲେଖିଥିଲେ,ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ବାପା ମୋହନ ଗୋୟଲଙ୍କୁ ବ୍ଲଡ କ୍ୟାନସର ହୋଇଛି। ମାର୍ଚ୍ଚ ୨୪ତାରିଖରେ ଡାକ୍ତର ତାଙ୍କ ବାପାଙ୍କ ବ୍ଲଡ କ୍ୟାନସରର ଶେଷ ଷ୍ଟେଜ ବୋଲି କହିଦେଇଥିଲେ। ଏପରି ପରିସ୍ଥିତିରେ ତାଙ୍କ ବଞ୍ଚିବା କଷ୍ଟସାଧ୍ୟ। ତାଙ୍କ ବାପା ବଞ୍ଚିଥିବାବେଳେ ତାଙ୍କ ବିବାହ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ନିଜ ବାପାଙ୍କ ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଲକଡାଉନର ସମସ୍ତ ନିୟମ ଏବଂ ସୋସିଆଲ ଡିସଟାନସିଂ ପାଳନ କରି ମେ ୫ ତାରିଖରେ ବିବାହ କରିବାକୁ ଚାହୁଁଛନ୍ତି।

ଲଭ ଗୋୟଲ୍ ଏହି ଚିଠି ମୌର୍ଯ୍ୟ ଏନକ୍ଲେଭ ଥାନାର ଏସଏଚଓଙ୍କୁ ପଠାଇଥିଲେ। ଏହି ମାମଲାକୁ ଗମ୍ଭୀରତାର ସହ ବୁଝି ଦିଲ୍ଲୀ ପୋଲିସ୍ ପୁଣି ଥରେ ମାନବିକତାର ପରିଚୟ ଦେଇଥିଲା ଏବଂ ଲଭ ଗୋୟଲଙ୍କୁ ନିଜ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ମେ ୫ତାରିଖରେ ବିବାହ କରିବାକୁ ଅନୁମତି ଦେଇଥିଲା। ଏହି ବିବାହରେ ବର ପକ୍ଷରୁ ୫ଜଣ ଏବଂ କନ୍ୟା ପକ୍ଷରୁ ୫ଜଣ ସାମିଲ ହେବେ। ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ବିବାହ ହେବ ଏବଂ ଏହି ବିବାହରେ ସୋସିଆଲ ଡିସଟାନସିଂ ସମେତ ସମସ୍ତ ନିୟମର ପାଳନ ହେବ।

.

   Related Posts