ଓଡିଶା ରାଜନୀତିରେ ସନ ରାଇଜ : ବହୁ ନେତାଙ୍କ ସନ୍ତାନ ଏବେ ନିର୍ବାଚନ ମଇଦାନରେ, ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩: ଓଡିଶା ରାଜନୀତିରେ ସନ୍ ରାଇଜ୍ । ଅର୍ଥାତ୍‌ ବାପାଙ୍କ ପରେ ଏବଂ ପୁଅଙ୍କ ପାଳି । ଯେଉଁ ବାପାମାନେ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଛନ୍ତି କିମ୍ବା ବୁଢା ହୋଇଯାଇଛନ୍ତି ସେମାନଙ୍କ ପୁଅମାନେ ଏଥର ଟିକେଟ ହାତେଇଛନ୍ତି । ଆଉ କିଛି ପୁଅ ଓ ଝିଅ ବାପାଙ୍କ କଥା ନଶୁଣି ଦଳ ଡେଇଁ ଅନ୍ୟଦଳରୁ ଲଢୁଛନ୍ତି ତ ଆଉ କେଉଁଠି ପୁଅମାନେ ବାପାଙ୍କ  କ୍ଷମତା ଆଢୁଆଳରେ ଟିକେଟ ହାତେଇଛନ୍ତି ।

{"id":97873}

୨୦୧୯ ନିର୍ବାଚନରେ ବହୁନେତାଙ୍କ ପୁଅ ଝିଅମାନେ ମୈଦାନକୁ ଓହ୍ଲାଇବା ରାଜନୈତିକ ବାତାବରଣକୁ ଉଷ୍ଣ କରିଛି । ପ୍ରଭାତ ବିଶ୍ବାଳ ଓ ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ ଦୁର୍ନୀତିରେ ଫସିବା ପରେ ସେମାନଙ୍କ ପୁଅଙ୍କୁ ଟିକେଟ ଦେଇଛି ବିଜେଡି । ବିଜୟଶ୍ରୀ ରାଉତରାୟଙ୍କ ବୟସ ଦୃଷ୍ଟିରୁ ଏଥର ନିର୍ବାଚନ ଲଢିବାକୁ ମନା କରିଦେବା ପରେ ତାଙ୍କ ପୁଅକୁ ବାସୁଦେବପୁରରୁ ବିଜେଡି ଟିକେଟ ଦେଇଛି ।

{"id":97874}

ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କୁ ବିଜେଡି ଟିକେଟ ନଦେବାରୁ ସେ ବିଜେପିକୁ ଡେଇଁ ବେଗୁନିଆ ଟିକେଟ ନେଇଛନ୍ତି । ସେହିଭଳି କଂଗ୍ରେସର ବରିଷ୍ଠନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ବାପାଙ୍କ କଥା ନଶୁଣି ବିଜେଡିରେ ମିଶି ସୁନ୍ଦରଗଡ ଲୋକସଭା ଟିକେଟ ନେଇଛନ୍ତି । ସାନଝିଅ ଅମିତା ବିଶ୍ବାଳ କଂଗ୍ରେସରୁ ବିଧାନସଭା ଟିକେଟ୍‌ ପାଇଛନ୍ତି ।

{"id":97876}

ନବୀନଙ୍କ ବନ୍ଧୁ ଅନଙ୍ଗ ଉଦୟ ସିଂ ଦେଓ ନିଜେ ସିନା ନିର୍ବାଚନ ଲଢିଲେ ନାହିଁ କିନ୍ତୁ ବଡ ପୁଅ କଳିକେଶଙ୍କ ପାଇଁ ଲୋକସଭା ଓ ସାନ ପୁଅ ଅର୍କେଶଙ୍କ ପାଇଁ ବିଧାନସଭା ଟିକେଟ କରାଇ ନେଇଛନ୍ତି।  ସେହିଭଳି କଂଗ୍ରେସ ନେତା ଭକ୍ତ ଦାସ ଲୋକସଭା ଟିକେଟ୍‌ ହାତେଇଥିବା ବେଳେ ପୁଅ ସାଗର ଦାସ ବିଧାନସଭା ଟିକେଟ୍‌ ହାତେଇଛନ୍ତି ।

{"id":97875}

ନରସିଂହ ମିଶ୍ର ବିଧାନସଭା ଟିକେଟ୍‌ ପାଇଥିବା ବେଳେ ପୁଅ ସମରେନ୍ଦ୍ର ମିଶ୍ର ଲୋକସଭା ଟିକେଟ୍‌ ପାଇଛନ୍ତି । ଗଞ୍ଜାମର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ବିଜେପି ଟିକେଟରେ ଆସ୍କା ଲୋକସଭା ଲଢୁଛନ୍ତି । ଓଡିଶା ରାଜନୀତିରେ ବାପା ମାନଙ୍କ ରାଜନୈତିକ ପୁଞ୍ଜିକୁ ଆୟୁଧ କରି ପୁଅମାନେ ନିର୍ବାଚନ ସିଡି ଚଢିବା ନୁଆ କଥା ନୁହେଁ । ରାଜ୍ୟ ରାଜନୀତିରେ ଦୁଇ ପ୍ରମୁଖ ନେତା ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ବି କାହାଣୀ ସମାନ କଥା ଦର୍ଶାଉଛି । ଏହି ଦୁଇ ନେତା ସେମାନଙ୍କ ବାପାଙ୍କ ନାଁରେ ରାଜନୀତିକୁ ଆସିଛନ୍ତି ଓ ସଫଳତା ବି ପାଇଛନ୍ତି । ବୋଧ ହୁଏ ସେଥିପାଇଁ ଏବେକାର ରାଜନେତା ବାପା ମାନେ ପୁଅମାନଙ୍କ ଥଇଥାନ ଉପରେ ବେଶି ଧ୍ୟାନ ଦେଉଛନ୍ତି।

{"id":97877}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.