Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନିଜ ମା’ ହତ୍ୟାର ରହସ୍ୟ ଖୋଲିଲା ୮ ବର୍ଷର ପୁଅ, ହତ୍ୟାକାରୀ ବାପା ଗିରଫ

30/08/2020 at 9:43 AM

ସୁରଟ ୩୦।୮: ଘରୋଇ କଳହର କରୁଣ ପରିଣତି । ସାମାନ୍ୟ ଘରୋଇ କଳହରୁ ନିଜ ସ୍ତ୍ରୀର ଗଳା ଚିପି ହତ୍ୟା କରିଛି ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଗୁଜୁରାଟ ସୁରଟ ଅଞ୍ଚଳରେ ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ସମୟରେ ଦମ୍ପତ୍ତିଙ୍କ ୮ ବର୍ଷର ପୁଅ ଘରେ ଉପସ୍ଥିତ ଥିଲେ । ଶିଶୁଟି ପୋଲିସକୁ ପୂରା ଘଟଣା ସଂପର୍କରେ ଜଣାଇଥିଲା । ଶିଶୁଟ ବୟାନ ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ଏହି ହତ୍ୟା ଘଟଣା ସୁରଟ ସହର ସରଥାଣା ଅଞ୍ଚଳର ନୀଲମ ପାର୍କ ସୋସାଇଟିରେ ଘଟିଛି । ଅଭିଯୁକ୍ତ ସ୍ବମୀଙ୍କ ନାଁ ରସିକ ଭାଇ । ତାଙ୍କ ବୟସ ୪୦ ବର୍ଷ । ରସିକ ଭାଇ ତାଙ୍କ ସ୍ତ୍ରୀ ହଂସା ଏବଂ ୮ ବର୍ଷର ପୁଅ ତନୟଙ୍କ ସହ ରହୁଥିଲେ । ଶୁକ୍ରବାର ସକାଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଏତେ ବଢି ଯାଇଥିଲା ଯେ ସ୍ତ୍ରୀ ହଂସାଙ୍କ ଗଳା ଚିପି ହତ୍ୟା କରିଥିଲେ ।

ଏହାପରେ ଅଭିଯୁକ୍ତ ଘରେ ସ୍ତ୍ରୀର ମୃତଦେହ ଏଭଳି ଝୁଲାଇ ଦେଇଥିଲା ଯେମିତି କି ସେ ଆତ୍ମହତ୍ୟା କରିଥିବା ଜଣାପଡିବ । ପରେ ଘଟଣା ନେଇ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଅଭିଯୁକ୍ତ ସ୍ବାମୀ ପୋଲିସକୁ ସ୍ତ୍ରୀ ଆତ୍ମହତ୍ୟା କରିଛି ବୋଲି କହିଥିଲା । ଫଳରେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଦେଇଥିଲା ।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଘରେ ଉପସ୍ଥିତ ଥିବା ୮ ବର୍ଷୀୟ ପୁଅ ପୋଲିସକୁ କହିଥିଲା ଯେ ତାଙ୍କ ମା’କୁ ତାଙ୍କ ବାପା ଗଳା ଚିପି ହତ୍ୟା କରିଛନ୍ତି । ଫଳରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ପଚରାଉଚରା କରିଥିଲା । ଅଭିଯୁକ୍ତ ଜଣଙ୍କ ଦୋଷ ମାନିଯାଇଥିଲା । ସ୍ତ୍ରୀକୁ ଗଳା ଚିପି ହତ୍ୟା କରିଥିବା ପୋଲିସ ନିକଟରେ ସ୍ପଷ୍ଟ କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ।

   Related Posts