Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସହର ସହର ବୁଲି ବୁଲି ୩ ବର୍ଷ ପରେ ଫେରିଲା ମାନସିକ ବିକାରଗ୍ରସ୍ତ ପୁଅ: ଖୁସିରେ ଆତ୍ମହରା ମା’, କହିଲେ- ମୋର ବିଶ୍ବାସ ଥିଲା ସେ ଫେରିବ

10/12/2020 at 6:29 PM

ଝାରସୁଗୁଡା ୧୦/୧୨: ଝାରସୁଗୁଡାରୁ ନାଗପୁର, ନାଗପୁରରୁ ଉତ୍ତରପ୍ରଦେଶ ଆଉ ତାପରେ କଳାହାଣ୍ଡି ଓ ଖୋର୍ଦ୍ଧା ବୁଲି ବୁଲି ୩ ବର୍ଷ ପରେ ଝାରସୁଗୁଡା ଫେରିଲା ଜଣେ ମାନସିକ ବିକାରଗ୍ରସ୍ତ ନାବାଳକ | ଆଜି ନାବାଳକକୁ ତା ମା ଓ ମାମୁଁ ଦେଖି ଭାବ ବିହ୍ବଳ ହୋଇଯାଇଥିବା ବେଳେ ନାବାଳକଟି ନିଜ ମାକୁ ଚିହ୍ନି ପାରିନଥିବା ଜଣାପଡ଼ିଛି।

ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ ଗାଁର ମାନସିକ ଭିନ୍ନକ୍ଷମ ନାବାଳକ ବିଶାଳ ବୁଡା ଆଜକୁ 3 ବର୍ଷ ତଳେ ଘର ଛାଡି କେଉଁଆଡେ ପଳାଇଥିଲା । ବିଶାଳର ବାପା ପୁର୍ବରୁ ମାନସିକ ବିକାରଗ୍ରସ୍ତ ହୋଇ ଘର ଛାଡି ପଳାଇଥିବା ବେଳେ ବିଶାଳ ନିଜ ମା ନିକଟରେ ରହୁଥିଲା । ବହୁ କଷ୍ଟ ଦୁଃଖ ସହି ପିଲାକୁ ମଣିଷ କରିବାକୁ ସ୍ବପ୍ନ ଦେଖିଥିବା ମା ଆଖିରୁ ସେଦିନ ନିଦ ହଜିଗଲା ଯେଉଁଦିନ ନିଜ ଜନ୍ମ କଲା ପୁଅ କେଉଁଆଡ଼େ ପଳାଇଲା । ମା ଓ ସଂପର୍କୀୟ ବହୁ ଖୋଜାଖୋଜି କରି ଥାନାରେ ଏତଲା ଦେଲେ । କିନ୍ତୁ ଫଳ କିଛି ମିଳିଲାନି ।

ବିଶାଳ ଝାରସୁଗୁଡାରୁ ଯାଇ ନାଗପୁର ରେଳବାଇ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଚାଇଲ୍ଡ ଲାଇନକୁ ନିଜ ଠିକଣା ଠିକ୍ ଭାବରେ କହି ନପାରିବାରୁ ଅନ୍ଧାରରେ ବାଡି ବୁଲାଇଲା ଭଳି ତାକୁ ଉତ୍ତରପ୍ରଦେଶ ନିଆଗଲା । କିନ୍ତୁ ସେଠାରେ କିଛି ନମିଳିବାରୁ ପୁଣି ନାଗପୁର ଅଣାଯାଇ ତା କହୁଥିବା ଭାଷାକୁ ଲକ୍ଷ କରିବା ପରେ ଜଣା ପଡିଲା ସେ ଓଡିଶାର ।

ତାକୁ ଭୁବନେଶ୍ବର ଅଣାଯିବା ପରେ ସେ କଳାହାଣ୍ଡିରେ ଘର ବୋଲି କହିଥିଲା । କିନ୍ତୁ ତାହା ମଧ୍ୟ ଭୁଲ ହେବାରୁ ପୁଣି ଅନ୍ୟ ଉପାୟ ନପାଇ ତାକୁ ଖୋର୍ଦ୍ଧାରେ ଚାଇଲ୍ଡ ଲାଇନରେ ରଖାଗଲା । କିଛିଦିନ ରହିବା ପରେ ବିଶାଳର ଫଟୋକୁ ସବୁ ଜିଲ୍ଲାକୁ ପଠାଯିବା ପରେ ଝରସୁଗୁଡା ଚାଇଲ୍ଡ ଲାଇନ ପକ୍ଷରୁ ପିଲାଟିକୁ ଜାଣି ପାରି ତାକୁ ଆଣିବା ବ୍ୟବସ୍ଥା କରାଯାଇଥିଲା। ଚାଇଲ୍ଡ୍ ଲାଇନ ସହାୟତାରେ ଆଜି ବିଶାଳ ଝାରସୁଗୁଡାରେ ପହଞ୍ଚିବା ପରେ ତାକୁ ନେବା ପାଇଁ ତାର ମା ଓ ମାମୁଁ ଶିଶୁ ମଙ୍ଗଳ ସମିତିରେ ପହଞ୍ଚିଥିଲେ ।

୩ ବର୍ଷ ଧରି ବାହାରେ ବୁଲି ବୁଲି ବିଶାଳର ମସ୍ତିଷ୍କ ଆହୁରି ବିକ୍ରୁତି ହୋଇଯାଇଛି । ଆଜି ତାକୁ ଝାରସୁଗୁଡା ଜିଲ୍ଲା ଶିଶୁମଙ୍ଗଳ ସମିତିରେ ହାଜର କରାଇବା ପରେ ସେ ନିଜ ମାକୁ ଦେଖି ପଳାଉଥିଲା ।କିନ୍ତୁ ମା ନିଜ ପଣତକାନୀରେ ପୁଅକୁ କୋଳେଇ ଧରିବାକୁ ବ୍ୟଗ୍ର ହୋଇ ପଡୁଥିଲା । ପୁଅର ନିଖୋଜ ହେବା ପରେ ପାଗଳି ଭଳି ଯାହାକୁ ଦେଖିଲେ ପୁଅ ବିଶାଳ ଯାଉଛି ବୋଲି ଭାବୁଥିଲେ ମା । କିନ୍ତୁ ମନରେ ଦୃଢ଼ ବିଶ୍ବାସ ଥିଲା ମୋ ପୁଅର ମୁଣ୍ଡ ଦୋଷ ଅଛି ତାକୁ କେହି ମାରିବେ ନାହିଁ,ସେ ଘରକୁ ଫେରିବ । ସତକୁ ସତ ପୁଅ ଘରକୁ ଫେରିଲା ,କିନ୍ତୁ ମା ଠାରୁ ଦୁରେଇ ଯାଉଥିବାରୁ ତାର ମାନସିକ ଚିକିତ୍ସା କରାଇ ଘରକୁ ପଠାଇବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି ।

ଝାରସୁଗୁଡା ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୮ଜଣ ଶିଶୁ ନିଖୋଜ ଥିବା ବେଳେ ବିଶାଳର ଫେରିବା ପରେ ଏହି ସଂଖ୍ୟା ୨୭ ହେଲା । ଆଗକୁ ସରକାରଙ୍କ ପକ୍ଷରୁ ପରୀ ଯୋଜନା ଭଳି ଯୋଜନାରେ ଉଦ୍ୟମ କରାଗଲେ ଆହୁରି ଶିଶୁ ନିଜ ବାପା ମା କୋଳକୁ ଫେରି ପାରିବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।

   Related Posts