Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମା’ ର ଅନ୍ତିମ ସଂସ୍କାରରେ ସାମିଲ ହେଲାନି ପୁଅ : ଆମ୍ବୁଲାନ୍ସଟିଏ ବି ମିଳିଲାନି, ଅଳିଆ ଉଠା ଗାଡିରେ ଶବ ଗଲା ସ୍ମଶାନ ଘାଟ

18/04/2021 at 8:56 AM

ଜୟପୁର ୧୮/୦୪ : ରାଜସ୍ଥାନର ସିରୋହୀରେ ଏଭଳି ଏକ ଘଟଣା ଘଟିଛି ଯାହାକି କେବଳ ସମ୍ପର୍କ ନୁହେଁ ବରଂ ମଣିଷପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜନ୍ମଦାତ୍ରୀ ମା’ ର ଦେହାନ୍ତ ପରେ ଅନ୍ତିମ ସତ୍କାର କରିବାକୁ ମନା କରିଦେଲା ପୁଅ । ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବୃଦ୍ଧା ଜଣଙ୍କ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ପୁଅ ଅନ୍ୟ ସହରରେ ରହି ଚାକିରୀ କରୁଥିଲେ । କିଛି ଦିନ ପୂର୍ବରୁ ସେ ଘରକୁ ଫେରିଥିଲା । କିଛି ଦିନ ପୂର୍ବରୁ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡିଯାଇଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କରୋନା ହୋଇଥିବ ଭାବି ବନ୍ଧୁ ପରିଜନ ମଧ୍ୟ ପାଖ ମାଡିନଥିଲେ । ତେବେ ବୃଦ୍ଧାଙ୍‌କ ମୃତ୍ୟୁ କରୋନା​‌ରେ ନୁହେଁ ବରଂ ଅନ୍ୟ କୌଣସି ରୋଗ ପାଇଁ ହୋଇଥିଲା । ତଥାପି ଜନ୍ମଦାତ୍ରୀ ମା’ ର ମୃତ ଶରୀରକୁ ସତ୍କାର କରିବାକୁ ମନାକରିଦେଇଥିଲା ପୁଅ । ତେବେ ଦୀର୍ଘ ସମୟ ଧରି ଶବ ଘରେ ପଡି ରହିବା ପରେ ପଡୋଶୀମାନେ ନଗର ପାଳିକାକୁ ଫୋନ କରି ଜଣାଇଥିଲେ ।

ଏହା ପରେ ନଗର ପାଳିକା କର୍ମଚାରୀ ସେଠାରେ ପହଞ୍ଚି ମହିଳାଙ୍କ ଶବକୁ ଅନ୍ତିମ ସତ୍କାର କରିବା ପାଇଁ​‌ ବ୍ୟବସ୍ଥା କରିଥିଲେ । କିନ୍ତୁ ଦୁଃଖର କଥା ହେଉଛି ନଗର ପାଳିକା କର୍ମଚାରୀମାନେ ମହିଳାଙ୍କ ଶବକୁ ଅଳିଆ ଉଠା ଗାଡିରେ ନେଇଥିଲେ । ପରିସ୍ଥିତି ଏପରି ଯେ, ମୃତ ଶରୀରକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ମିଳିନଥିଲା । ତେବେ ଅନେକ ବୁଝାସୁଝା ପରେ ବୃଦ୍ଧାଙ୍କ ପୁଅ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲା ।

   Related Posts