Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

୩ ବିଧାୟକଙ୍କ ପୁଅ ପାଇଲେ ଟିକେଟ୍, ପୁରୁଣା ମୁହଁ ଉପରେ ଭରସା କଲେ ନବୀନ

27/03/2019 at 7:43 PM

ଭୁବନେଶ୍ବର ୨୭|୩ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବିଧାନସଭା ଆସନଗୁଡିକ ମଧ୍ୟରୁ ବିଜେଡି ୩୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୯ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି । ୩୬ଟି ବିଧାନସଭା ଆସନ ମଧ୍ୟରୁ କଟକ-ଚୌଦ୍ବାର, ବାଙ୍କୀ ଓ ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ତିନି ବିଧାୟକଙ୍କ ଟିକେଟ୍ କାଟି ସେମାନଙ୍କ ପୁଅ ମାନଙ୍କୁ ଟିକେଟ୍ ଦିଆଯାଇଛି । ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଚିଟ୍ ଫଣ୍ଡ ମାମଲାରେ ଛନ୍ଦି ହୋଇଥିବାରୁ ତାଙ୍କ ଟିକେଟ୍ କାଟି ସେହି ସ୍ଥାନରେ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଛି ।

ସେହିଭଳି କଟକ-ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିବାରୁ ତାଙ୍କୁ ଟିକେଟ୍ ନଦେଇ ଏହି ଆସନରେ ତାଙ୍କ ପୁଅ ସୌଭିକ୍ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ପ୍ରଭାତ ବିଶ୍ବାଳ କହିଥିଲେ ଯେ, ଦଳର ସମ୍ମାନ ରକ୍ଷା କରିବାକୁ ସେ ନିର୍ବାଚନ ଲଢିବେ ନାହିଁ । ଏପରିକି ଯେପର୍ଯ୍ୟନ୍ତ ଚିଟଫଣ୍ଡ ମାମଲାରୁ ସେ ମୁକ୍ତ ହୋଇନାହାନ୍ତି ସେପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଉଭୟ ପ୍ରଭାତ ବିଶ୍ବାଳ ଓ ପ୍ରଭାତ ତ୍ରିପାଠୀଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା ଏମାନେ ନିଜ ପୁଅ ପାଇଁ ଲବି କରୁଥିବା ଚର୍ଚ୍ଚା ହୋଇଥିଲା ।

ବାସୁଦେବପୁରର ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ମଧ୍ୟ ଏଥର ଟିକେଟ୍ ମିଳିନାହିଁ । ସେଠାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦୀର୍ଘ ଦୁଇ ବର୍ଷ ତଳୁ ବିଜୟଶ୍ରୀ ରାଉତରାୟ ଭୋଟ୍ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ।

ଅନ୍ୟ ଆସନଗୁଡିକ ମଧ୍ୟରେ ନୟାଗଡ ଜିଲ୍ଲାର ରଣପୁର ବିଧାୟକ ରବିନାରାୟଣ ମହାପାତ୍ରଙ୍କ ଟିକେଟ୍ କଟିଛି । ସେଠାରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କୁ ପୁଣି ବିଧାନସଭା ନିର୍ବାଚନକୁ ଫେରାଇଆଣିଛି ଦଳ । ତାଙ୍କୁ ପୁଣି ଆଳିରୁ ପ୍ରାର୍ଥୀ କରାଯାଇଛି । ୨୦୧୪ ନିର୍ବାଚନରେ ପ୍ରତାପ ଦେବ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କ ଠାରୁ ପରାଜିତ ହୋଇଥିଲେ ।

ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ଆଜି ଘୋଷଣା ହୋଇଥିବା ୩୬ଟି ବିଧାନସଭା ଆସନ ମଧ୍ୟରୁ ଧାମନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ସମ୍ଭବତଃ ମୁକ୍ତିକାନ୍ତଙ୍କୁ ଦଳ ଧାମନଗରରୁ ଟିକେଟ୍ ଦେବନାହିଁ ବୋଲି ନିଷ୍ପତ୍ତି ନେଇଥିବାରୁ କ୍ଷତିପୂରଣ ଆକାରରେ ତାଙ୍କ ପତ୍ନୀଙ୍କୁ ଭଦ୍ରକ ଲୋକସଭା ଆସନ ଉପହାର ଦେଇଛି ।

ନୟାଗଡରୁ ଅରୁଣ ସାହୁ, ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମା, ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମାହାଙ୍ଗାରୁ ପ୍ରତାପ ଜେନା, ବଡମ୍ବା ନରସିଂହପୁରରୁ ଦେବୀପ୍ରସାଦ ମିଶ୍ର, ଭୋଗରାଇରୁ ଅନନ୍ତ ଦାସ, ଭଣ୍ଡାରୀପୋଖରୀରୁ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡେଇ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ପାଟକୁରାରୁ ଦେବପ୍ରକାଶ ଅଗ୍ରଓ୍ବାଲ, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ସତ୍ୟବାଦୀରୁ ଉମାକାନ୍ତ ସାମନ୍ତରାୟ, ଏକାମ୍ର ଭୁବନେଶ୍ବରରୁ ଅଶୋକ ଚନ୍ଦ୍ର ପଣ୍ଡା, କାମାକ୍ଷାନଗରରୁ ପ୍ରଫୁଲ୍ଲ କୁମାର ମଲ୍ଲିକ, ଘଷିପୁରାରୁ ବଦ୍ରିନାରାୟଣ ପାତ୍ର ପ୍ରମୁଖ ସେମାନଙ୍କ ଟିକେଟ୍ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ।

ଢେଙ୍କାନାଳରୁ ସୁଧିର କୁମାର ସାମଲ, ହିନ୍ଦୋଳରୁ ସୀମାରାଣୀ ନାୟକ, ପର୍ଜଙ୍ଗରୁ ଡ. ନୃସିଂହ ଚରଣ ସାହୁ, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ଅନୁଗୋଳରୁ ରଜନୀକାନ୍ତ ସିଂ, କୁଚିଣ୍ଡାରୁ କିଶୋର ଚନ୍ଦ୍ର ନାୟକ, ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରା, ତେଲକୋଇରୁ ପ୍ରେମାନନ୍ଦ ନାୟକ, ପାଟଣାରୁ ଜଗନ୍ନାଥ ନାୟକ, କେନ୍ଦୁଝରରୁ ମାଧବ ସର୍ଦ୍ଦାର କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ରେମୁଣାରୁ ସୁଧାଂଶୁ ଶେଖର ପରିଡା, ସିମୁଳିଆରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଲେପୁରରୁ ପ୍ରଶାନ୍ତ ବେହେରା ମଧ୍ୟ ଟିକେଟ୍ ପାଇଛନ୍ତି ।

   Related Posts