ନେପାଳ ଫେରନ୍ତା ପ୍ରବାସୀଙ୍କ ସୀମାରେ ସନ୍ତାନ ପ୍ରସବ : ଖୁସିରେ ଦେଲେ ଏମିତି ନାଁ

Published By : Prameya-News7 Bureau | June 11, 2020 IST

ମହାରାଜଗଞ୍ଜ ୧୧/୬: ପୂରା ଦେଶ ଏବେ କରୋନା ସଙ୍କଟରେ ଲଢ଼ୁଛି। ଏହାକୁ ଧ୍ୟାନରେ ରଖି ଦେଶବ୍ୟାପି ପଞ୍ଚମ ଲକଡାଉନ୍ ଚାଲିଛି। ​‌କେତେକ ଜିନିଷ କୋହଳ ହୋଇଥିବାରୁ ପ୍ରବାସୀ ନିଜ ଘରକୁ ଫେରୁଛନ୍ତି। ଏପରି ପରିସ୍ଥିତିରେ ନେପାଳରୁ ଭାରତ ପହଞ୍ଚିଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ପତ୍ନୀ ନିରଞ୍ଜନା ହୋଟେଲ୍ ପରିସରରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ନବଜାତଙ୍କ ମାଆ-ବାପା ଦିନେଶ ଏବଂ କୁସୁମ ଦେବୀ ନିଜ ଶିଶୁର ନାଁ ମଧ୍ୟ ନିରଞ୍ଜନା ରଖିଥିଲେ।

ନେପାଳରୁ ଫେରିଥିବା ଦିନେଶ ଏବଂ କୁସୁମ ଦେବୀ ଇମିଗ୍ରେସନ୍ କାର୍ଯ୍ୟାଳୟ ସମ୍ମୁଖରେ ହୋଟେଲ୍ ନିରଞ୍ଜନା ମୈଦାନରେ ପହଞ୍ଚିଥିଲେ। ଏହି ସମୟରେ କୁସୁମ ଦେବୀଙ୍କର ପ୍ରସବ ପୀଡ଼ା ଆରମ୍ଭ ହୋଇଥିଲା ଏବଂ ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ନର୍ସଙ୍କ କହିବାନୁସାରେ ମାଆ ଏବଂ ଶିଶୁ ଉଭୟେ ସୁସ୍ଥ ଅଛନ୍ତି। ନାମକରଣ ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନୌତନଓ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.