ପେନସନ ପାଇଁ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପୁଅ ବଦଳାଇ ଦେଲେ ଲିଙ୍ଗ

Published By : Prameya-News7 Bureau | June 28, 2019 IST

ଚେନ୍ନାଇ ୨୮/୬ : ଚେନ୍ନାଇ ରେଳ ବିଭାଗ ସାମ୍ନାକୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ୩୨ ବର୍ଷ ବୟସ୍କ ଜଣେ ଯୁବକ ପିତାଙ୍କ ମୃତ୍ୟୁ ପରେ ପେନସନ ପାଇବା ପାଇଁ ଲିଙ୍ଗ ପରିବର୍ତ୍ତନ କରି ଯୁବତୀ ହୋଇଯାଇଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ।

ରେଳ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ୩୨ ବର୍ଷ ବୟସ୍କ ପୁଅ କିଛି ବର୍ଷ ପୂର୍ବରୁ ଲିଙ୍ଗ ପରିବର୍ତ୍ତନ କରିଥିଲେ । ଏହି ଆଧାରରେ ସେ ପେନସନ ପାଇଁ ଦାବୀ କରିଥିଲେ । ରେଳବାଇ ସାମ୍ନାରେ ଗତ ୧୬୦ ବର୍ଷ ଇତିହାସରେ ଏହିଭଳି ମାମଲା ପ୍ରଥମଥର ଦେଖିବାକୁ ମିଳିଛି । ରେଳବାଇ ଚିନ୍ତାରେ ପଡିଯାଇଛି ଯେ ଯୁବକକୁ ପେନସନ ଦିଆଯିବ ନା ନାହିଁ ।

ଯୁବକଙ୍କ ପିତାଙ୍କ ମୃତ୍ୟୁ ୨୦୧୭ ରେ ହୋଇଥିଲା । ସେ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ଥିଲେ । ୨୦୧୮ ମସିହାରେ ଚେନ୍ନାଇ ସ୍ଥିତ ଦକ୍ଷିଣ ରେଳବାଇ ଅଫିସକୁ ଏକ ଚିଠି ଆସିଥିଲା । ଚିଠି ମିଳିବା ପରେ ମାମଲା ସାମ୍ନାକୁ ଆସିଥିଲା । ରେଳବାଇ ଏହି ମାମଲାରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । ରେଳବାଇ ଏହି ଚିଠିକୁ କେନ୍ଦ୍ରିୟ କର୍ମୀକ ପେନସେନ ଏବଂ ଲୋକ ଅଭିଯୋଗ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି ।

ରେଳବାଇ ଏମିତି ପରିବାରକୁ ପେନସନ ଦେଇଥାଏ ଯେଉଁ ପରିବାର କର୍ମୀଙ୍କ ଉପରେ ଆଶ୍ରିତ । କର୍ମୀଙ୍କ ପୁଅ କିମ୍ବା ଝିଅ ୨୫ ବର୍ଷ ବୟସରୁ କମ ହୋଇଥିବେ । କୌଣସି ରେଳ କର୍ମଚାରୀଙ୍କ ପରିବାରରେ ଯଦି କେବଳ ଝିଅ ଥାନ୍ତି ଏବଂ ସେମାନଙ୍କ ବିବାହ ହୋଇନଥିବା ତାହେଲେ ସେହି ପରିବାର ରେଳବାଇକୁ ପେନସନ ପାଇଁ ଦାବି କରିପାରିବେ । କିନ୍ତୁ ଏହି ମାମଲାରେ ଘଟଣା ସମ୍ପୂର୍ଣ ଭିନ୍ନ ।

ଏହି ମାମଲାରେ ଦକ୍ଷିଣ ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରେଳବାଇର ୧୬୦ ବର୍ଷ ଇତିହାସରେ ଏହା ପ୍ରଥମ ମାମଲା । ତାଙ୍କ ଅନୁଯାୟୀ, ସରକାରଙ୍କ ନୀତି ଏହିସବୁ ମାମଲାରେ ସ୍ପଷ୍ଟ ନୁହଁ । ସେଥିପାଇଁ ଏହି ମାମଲାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି ।

ଲିଙ୍ଗ ପରିବର୍ତ୍ତନ କରିଥିବା ଯୁବତୀ କହିଛନ୍ତି ଯେ, ପିତାଙ୍କ ମୃତ୍ୟୁ ପୂର୍ବରୁ ସେ ମହିଳାମାନଙ୍କ ଭଳି ଜୀବନ ବିତାଉଥିଲେ । ସେଥିପାଇଁ ସେ ଅବିବାହିତା ଆଶ୍ରିତ ଝିଅ ଭାବେ ପେନସନ ପାଇଁ ଯୋଗ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.