Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ବୁମରାଙ୍କ ବଲରେ ଆଉଟ୍ ହୋଇଥିଲେ ଡି-ଭିଲିୟର୍ସ : ରାଗିଗଲେ ‘ମିଷ୍ଟର 360’ଙ୍କ ପୁଅ, ଆଶ୍ଚର୍ଯ୍ୟ ହୋଇଗଲେ ମାଆ, ଦେଖନ୍ତୁ ଭିଡିଓ..

27/09/2021 at 10:49 AM

ନୂଆଦିଲ୍ଲୀ ୨୭/୦୯: ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି ଆରସିବି । ଦ୍ୱିତୀୟାର୍ଦ୍ଧରେ ପ୍ରଥମ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ଆରସିବି ମୁମ୍ବାଇକୁ ୫୪ ରନରେ ପରାସ୍ତ କରିବା ପରେ ପ୍ଲେ ଅଫରେ ପହଞ୍ଚିବାର ଆଶା ଉଦଜୀବିତ କରିଛି । ମୁମ୍ବାଇ ବିପକ୍ଷରେ ହ୍ୟାଟ୍ରିକ୍ ନେଇ ହର୍ଷଲ ପଟେଲ ମ୍ୟାଚର ଗତି ବଦଳାଇ ଦେଇଥିଲେ ।

ଏହା ବ୍ୟତୀତ ଚହଲ ମଧ୍ୟ ଚମତ୍କାର ବୋଲିଂ କରି ୩ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଅନ୍ୟପଟେ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଥିଲା ଏମିତି ଏକ ଘଟଣା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ବି ବେଶ୍ ଭାଇରାଲ ହେଉଛି ଏହି ଭିଡିଓ । ଘଟଣାଟି ହେଉଛି ଡି-ଭିଲିୟର୍ସଙ୍କ ପୁଅ ମାଙ୍କ ସହ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖୁଥିଲେ ।

ଏହାରି ଭିତରେ ମୁମ୍ବାଇର ଦ୍ରୁତ ବୋଲର ବୁମ୍ରାଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ଡି-ଭିଲିୟର୍ସ । ତେବେ ପିତା ଆଉଟ ହେବା ପରେ ରାଗ ସମ୍ଭାଳି ପାରିନଥିଲେ ପୁ୍ । ଷ୍ଟାଡିୟମରେ ବସି ନିଜ ହାତକୁ ବାରମ୍ୱାର ଚେୟାରରେ ପିଟିଚାଲିଥିଲେ । ଏମିତିକି ତାଙ୍କ ହାତକେ ବି ଆଘାତ ଲାଗିଥିଲା । ଏହା ଦେଖି ଡି ଭିଲିୟର୍ସଙ୍କ ପତ୍ନୀ ପୁଅକୁ ଏପରି କରିବାକୁ ମନା କରିଥିଲେ ।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓ ଉପରେ ପ୍ରଶଂସକମାନେ ମଧ୍ୟ କଡ଼ା ମନ୍ତବ୍ୟ ଦେଉଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ଏବି ୬ ଟି ବଲରେ ୧୧ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ଥିଲା । ଅଫ୍ ଷ୍ଟମ୍ପ ବାହାରେ ଯାଉଥିବା ବାଉନ୍ସରରେ ବୁମ୍ରାଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଏବି ।

   Related Posts