Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

‘ସାଙ୍ଗ ଉପରେ ଏକା ଅଛି, ଯିବାକୁ ହେବ’: ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କଲା ବିଧାୟକଙ୍କ ୧୭ ବର୍ଷର ପୁଅ, ଛାଡ଼ିଦେଇ ଗଲା ଦୁଇ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌

12/11/2021 at 8:36 PM

ଜବଲପୁର ୧୨/୧୧: ମାତ୍ର ୧୭ ବର୍ଷ ବୟସରେ ଜୀବନ ଜିଇଁବାକୁ ଇଚ୍ଛା ମରିଗଲା । ପରିବାର ଲୋକଙ୍କ ପ୍ରତି ଭଲପାଇବା ଥିଲେ ବି ବଞ୍ଚି ରହି କିଛି କରିବାକୁ ଉତ୍ସାହ ନଥିଲା । ଯେମିତି ତା ପାଇଁ ଏହି ଦୁନିଆର ଆବଶ୍ୟକତା ଆଉ ନଥିଲା। ଶେଷରେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲା ୧୭ ବର୍ଷର ପୁଅ। ଏହା କୌଣସି ଆକସ୍କିକ ମୃତ୍ୟୁ ନଥିଲା ବରଂ  ନାବାଳକ ଜଣଙ୍କ ଛୋଟ ବୟସରେ ନେଇଗଲା ଚରମ ନିଷ୍ପତ୍ତି। ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟ କରିଦେଲା ପରିବାରର ସାନ ପୁଅ। କିନ୍ତୁ ତାପୂର୍ବରୁ ପରିବାର ପାଇଁ ଛାଡ଼ି ଦେଇ ଯାଇଛି ଦୁଇ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌। ନିଜ ଆତ୍ମହତ୍ୟାର କାରଣ ପାଖରୁ ଆରମ୍ଭ କରି ବାପା-ମାଙ୍କ ପ୍ରତି ଥିବା ଭଲପାଇବା ସବୁ କିଛି ଏହି ଦୁଇ ପୃଷ୍ଠାରେ ଲେଖିଦେଇ ଯାଇଛି ଗେହ୍ଲା ପୁଅ ।

ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶର ବର୍ଗିର  କଂଗ୍ରେସ ବିଧାୟକ ସଞ୍ଜୟ ଯାଦବଙ୍କ ୧୭ ବର୍ଷର ପୁଅ ଗୁରୁବାର ନିଜ ମୁଣ୍ଡକୁ ଗୁଳି କରି ଦେଇଥିଲା । ତା ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ମେଡିକାଲରେ ପହଞ୍ଚିବା ମାତ୍ରେ ତାର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ  ବିଧାୟକଙ୍କ ଘରେ ପହଞ୍ଚିଥିଲା। ସେଠାରୁ ପୋଲିସକୁ ୨ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିଲା । ଏହାକୁ ବିଧାୟକଙ୍କ ପୁଅ ବୈଭବ ଯାଦବ (ବିଭୁ)   ନିଜେ ଲେଖିଛି। ନିଜ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରିନଥିବା ବିଭୁ ବନ୍ଧୁର ମୃତ୍ୟୁ ପାଇଁ ଦୁଃଖ​‌ରେ ଥିବା ଜଣାପଡ଼ିଛି।  

ପୋଲିସର ପ୍ରାଥମିକ ତଦନ୍ତ ଏବଂ ସୁଇସାଇଡ୍‌ ନୋଟ୍‌ରୁ ଜଣାପଡ଼ିଛି, ବିଭୁ ନିଜ ବନ୍ଧୁର ମୃତ୍ୟୁରେ ଅତ୍ୟନ୍ତ ଦୁଃଖରେ ଥିବା ବେଳେ ତା ସାଙ୍ଗକୁ ଭେଟିବାକୁ ଆତ୍ମହତ୍ୟା କରିଛି। କିନ୍ତୁ ବିଭୁର ସେ ବନ୍ଧୁ କିଏ, ପୋଲିସ ଜାଣିବାକୁ ତଦନ୍ତ କରୁଛି। ଏପରିକି ସେ ନିଜ ବାପା-ମାଙ୍କୁ ତାର ମୃତ୍ୟୁ ପାଇଁ ନକାନ୍ଦିବାକୁ କହିବା ସହ ଜୀବନ ପ୍ରତି ବିତୃଷ୍ଣା ଆସିଯାଇଥିବା ନେଇ ମଧ୍ୟ ଲେଖିଛି। ଦୈନିକ ଭାଷ୍କରରେ ପ୍ରକାଶିତ ଖବର ମୁତାବିକ, ବିଭୁ ନିଜ ସୁଇସାଇଡ୍‌ନୋଟ୍‌ରେ ଲେଖିଛି ଯେ ତା ବାପା-ମା, ସାଙ୍ଗମା​‌ନେ ସବୁ ଭଲ। କାହା ବିରୋଧରେ କିଛି ଅଭିଯୋଗ ନାହିଁ। କିନ୍ତୁ ତା ସାଙ୍ଗ ଉପରେ ଏକା ଅଛି । ତେଣୁ ସେ ତା ପାଖକୁ ଯାଉଛି। ଏହା ବ୍ୟତୀତ ଏତେ କମ୍‌ ବୟସରେ ଆତ୍ମହତ୍ୟା କରୁଥିବାରୁ ନିଜ ବାପା-ମାଙ୍କୁ କ୍ଷମା ମାଗିବା ସହ ପୁଅର ଆତ୍ମହତ୍ୟା ପାଇଁ ମନଦୁଃଖ ନକରି ଖୁସିରେ ରହିବାକୁ ବିଭୁ ଲେଖିଛି। ଯଦି ଅଜାଣତରେ କାହାକୁ କିଛି ଦୁଃଖ ଦେଇଥାଏ କ୍ଷମା କରିଦେବ ବୋଲି ଲେଖିବା ସହ ନିଜ ଜୀବନ ନିଜେ ନେଇଯାଇଛି ପରିବାରର ଗେହ୍ଲା ପୁଅ ବୈଭବ।   

   Related Posts