ଗୋଟିଏ ମାସର ଛୁଟି କାଟିବାପରେ ୩ଦିନ ତଳେ ଡ୍ୟୁଟିରେ ଯୋଗ ଦେଇଥିବା ଯବାନ କାଶ୍ମୀର ଘାଟୀରେ ହେଲେ ସହିଦ, ପରିବାରର ଗୋଡତଳୁ ଖସିଗଲା ମାଟି…

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ ୨୨/୮: ପାକିସ୍ତାନ ଆଡ଼ୁ ଗତ ମଙ୍ଗଳବାର ଯୁଦ୍ଧ ବିରତି ଉଲ୍ଲଙ୍ଘନ କରି ଏଲଓସିରେ ଗୁଳିମାଡ଼ ହୋଇଥିଲା। ଜାମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ହୋଇଥିବା ଏହି ଗୁଳି ମାଡ଼ରେ ବିହାରର ରବିରଞ୍ଜନ ସିଂହ ସହିଦ ହୋଇଛନ୍ତି।

ବିହାରର ଡେହରୀ ଓନ ସୋନ ଅଞ୍ଚଳର ଗୋପିବିଗହା ବାସିନ୍ଦା ୭୦ ବର୍ଷ ବୟସ୍କ ରାମନାଥ ସିଂହଙ୍କ ପୁଅ ୩୬ବର୍ଷ ବୟସ୍କ ରବିରଞ୍ଜନ ସିଂହଙ୍କ ସହୀଦ ହେବାର ଖବର ଶୁଣି ତାଙ୍କ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସହୀଦ ଯବାନ ରବିରଞ୍ଜନଙ୍କ ବାପା ପକ୍ଷାଘାତରେ ପୀଡ଼ିତ। ସେ କହିଛନ୍ତି ଯେ ରବିରଞ୍ଜନ ଗୋଟିଏ ମାସର ଛୁଟି କାଟି ୩ଦିନ ତଳେ ୧୭ତାରିଖ ଦିନ କାଶ୍ମୀର ଫେରିଥିଲେ।

ଗତ ସୋମବାର ସେ ଡ୍ୟୁଟି ଜଏନ କରିଥିଲେ ଏବଂ ଗତ ମଙ୍ଗଳବାର ତାଙ୍କର ସହୀଦ ହେବାର ଖବର ଆସିଥିଲା। ସହୀଦଙ୍କ ବାପା କହିଥିଲେ ଯେ ତାଙ୍କର ଦୁଇ ପୁଅ ଭାରତୀୟ ସେନାରେ ସାମିଲ ହୋଇ ତାଙ୍କୁ ଗର୍ବିତ କରିଛନ୍ତି।

ବାପା ରାମନାଥ କହିଛନ୍ତି ଯେ ରବି ଛୁଟିରେ ଘରକୁ ଆସିଥିବାବେଳେ ୩୭୦ ଧାରା ଉଚ୍ଛେଦ ପରେ କାଶ୍ମୀରରେ ଶାନ୍ତି ବଜାୟ ରହିବ ବୋଲି କହିଥିଲେ। ଏଥିରେ ବିଚଳିତ ହୋଇ ପାକିସ୍ତାନ ଯବାନ ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଯୋଜନା କରିଛି। କିନ୍ତୁ ଭାରତୀୟ ସେନା ଏହି ଯୋଜନାକୁ କେବେ ସଫଳ କରିବାକୁ ଦେବ ନାହିଁ। ରାମନାଥ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅର ବଳିଦାନ କେବେ ବେକାର ଯିବ ନାହିଁ। ରବି ରଞ୍ଜନଙ୍କ ପରିବାର କହିଲେ ତାଙ୍କ ବାପା ମାଆ,ପତ୍ନୀ,ଦୁଇ ପୁଅ ଏବଂ ଜଣେ ଝିଅ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.