Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦୃଢ ଇଛା ଶକ୍ତି ଓ ମନୋବଳ ଆଗରେ ହାର ମାନିଲା ଅଭାବ : ପିତା ରିକ୍ସା ଚାଳକ, ସେନା ଅଫିସର ହୋଇ ସ୍ବର୍ଗତଃ ମାତାଙ୍କ ସ୍ବପ୍ନ ସାକାର କଲେ ପୁତ୍ର

13/06/2020 at 7:42 PM

ଡେରାଡୁନ ୧୩/୦୬ : ପରିଶ୍ରମ ଫଳ ସବୁବେଳେ ମିଠା ହୋଇଥାଏ | ପରିଶ୍ରମ କରିଥିଲେ ଭଗବାନ ତାର ଫଳ ନିଶ୍ଚୟ ପ୍ରଦାନ କରନ୍ତି | ଏହିଭଳି ଏକ ମାମଲା ଆଇଏମଏ ପାସିଙ୍ଗ ଆଉଟ ପ୍ୟାରେଡ଼ ସମୟରେ ଦେଖିବାକୁ ମିଳିଛି | ମହାରାଷ୍ଟ୍ର କୋଲ୍ହାପୁର ସ୍କୁଲ ପିଲାଙ୍କ ରିକ୍ସା ଚଲାଉଥିବା ଜଣେ ବ୍ୟକ୍ତିଙ୍କ ପୁଅ ଧାୱନ ସାର୍ଥକ ଶଶିକାନ୍ତ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ପାସ ହୋଇ ସେନା ଅଫିସର ହୋଇଛନ୍ତି |

ଧୱନଙ୍କ ମା ୪ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାର ଶୀକାର ହୋଇଥିଲେ | ଧୱନଙ୍କ ଘରେ ତାଙ୍କ ପିତା ଓ ତାଙ୍କର ଜଣେ ବଡ ଭାଇ ଅଛନ୍ତି | ଧୱନଙ୍କ ପିତା ତାଙ୍କ ଶିକ୍ଷା ପାଇଁ ବହୁତ ପରିଶ୍ରମ କରିଥିଲେ | ଯାହାର ଫଳ ସେ ଆଜି ପାଇଛନ୍ତି | ଧୱନ କହିଛନ୍ତି ଯେ, ତାଙ୍କ ପିତା କେବଳ ପରିବାରର ଭରଣା ପୋଷଣ କରିନାହାନ୍ତି ବରଂ ତାଙ୍କ ଶିକ୍ଷା ସମ୍ପୂର୍ଣ କରିବା ପାଇଁ ମଧ୍ୟ ବହୁତ କଷ୍ଟ କରିଥିଲେ | ଭଲ ଶିକ୍ଷା ପାଇଁ ତାଙ୍କ ପିତା ଭଲ ସ୍କୁଲରେ ତାଙ୍କର ଆଡ଼ମିସନ କରାଇଥିଲେ | ତାଙ୍କ ପରିବାରର ଆଶୀର୍ବାଦ ସବୁବେଳେ ତାଙ୍କ ସହ ଅଛି ବୋଲି ସେ କହିଚଙ୍ଗଟି |

କରୋନା ମହାମାରୀ ସମୟରେ ଆଇଏମଏ ପାସିଙ୍ଗ ଆଉଟ ସେରିମନିରେ କୌଣସି ଜେଣ୍ଟେଲମ୍ୟାନ କ୍ୟାଡେଟଙ୍କ ପରିବାରକୁ ନିମନ୍ତ୍ରଣ ଦିଆଯାଇନଥିଲା | ସେଥିପାଇଁ ଧୱନଙ୍କ ପରିବାର ମଧ୍ୟ ଏହି ସମାରୋହରେ ସାମିଲ ହୋଇପାରିନଥିଲେ | ୪୨୩ କ୍ୟାଡେଟରେ ଧୱନ ପାସ ହୋଇ ସେନା ଅଧିକାରୀ ହୋଇଛନ୍ତି | ତାଙ୍କ ପିତାଙ୍କ ସବୁ କଷ୍ଟର ଫଳ ସେ ପାଇଛନ୍ତି ବୋଲି ଧୱନ କହିଛନ୍ତି |

ଧୱନଙ୍କ ପିତା ଏବେ ମଧ୍ୟ ରିକ୍ସା ଚଲାଉଛନ୍ତି | କିଣୁ ଏବେ ପୁଅ ପିତାଙ୍କ ସାହାରା ହେବ | ଧୱନ କହିଛନ୍ତି ଯେ କୌଣସି ରାଜା ଘରେ ଜନ୍ମ ହୋଇ ହିଁ ଜଣେ ରାଜା ହୋଇନଥାଏ | କଠିନ ପରିଶ୍ରମ ଓ ଦୃଢ ଇଛା ଶକ୍ତି ବଳରେ ମଣିଷ ସଫଳତା ହାସଲ କରିଥାଏ | ଜୀବନରେ ଜଣେ ଭଲ ଯୋଦ୍ଧା ହେବା ବହୁତ ମହତ୍ଵପୁର୍ଣ ବୋଲି ସେ କହିଛନ୍ତି | ସବୁ ପରିସ୍ଥିତିରେ ନିଜକୁ ଢାଳି ଗଢି ତୋଳିବା ଉଚିତ ବୋଲି ସେ କହିଛନ୍ତି |

   Related Posts