ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16/01/2021 at 10:14 PM

ରାଜଗାଙ୍ଗପୁର ୧୬।୦୧: ଅର୍ଥ ସବୁ ଅନର୍ଥର କାରଣ। ଅର୍ଥ ପାଇଁ ସବୁ ସଂପର୍କ ଭୁଲି ଯାଏ ମଣିଷ। ଏପରିକି ହତ୍ୟା କରିବାକୁ ବି ପଛାଏ ନାହିଁ। ଏହାକୁ ନେଇ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାହିୟାମ ଗ୍ରାମରେ ନୃଶଂସ ହତ୍ୟା । ଟଙ୍କା ପାଇଁ ମାକୁ ନୃଶଂସ ଭାବରେ ବେକ କାଟି ହତ୍ୟା କରିଛି ପୁଅ ରାଜୁ ଗୌଡ଼। ମୃତକ ଜଣକ ୫୦ ବର୍ଷୀୟ ଲକ୍ଷ୍ମୀ ଗୌଡ଼ ବୋଲି ଜଣାପଡିଛି । ରାଜଗାଙ୍ଗପୁର ପୋଲିସ ଶବ ଜବତ କରିବା ସହ ଘଟଣା ର ତଦନ୍ତ ଜାରି ରଖିଛି । ଏହି ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ରାଜୁ ଗୌଡ଼(୨୩) କୁ ଧରିବା ପାଇଁ ପୋଲିସ ସ୍ଥାନୀୟ ଜଙ୍ଗଲରେ ଚଢଉ ଜାରି ରଖିଛନ୍ତି ।