ସଇତାନ ସାଜିଲା ବାପା : ପୁଅକୁ ପିଟି ପିଟି କଲା ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ

Published By : Prameya-News7 Bureau | June 02, 2020 IST

ଉମରକୋଟ ୨।୬: ପୁଅକୁ ପିଟି ପିଟି ହତ୍ୟା କଲା ବାପା । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ସରଗୁଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟାକାରୀ ବାପାକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ସରଗୁଳି ଗାଁରେ ସୋମବାର ଜମିବାଡି ବିବାଦକୁ ନେଇ ଉଭୟ ବାପା ଏବଂ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଇଥିଲା ଯେ, ଉତକ୍ଷିପ୍ତ ହୋଇ ପୁଅକୁ ପିଟି ପିଟି ବାପା ହତ୍ୟା କରିଛି । ମୃତକଙ୍କ ନାଁ ହେଉଛି ଅସିତ ବାସୁ ।

ଖବର ପାଇ ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ହତ୍ୟାକାରୀ ବାପା ଅମର ବାସୁକୁ ଅଟକ ରଖିଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇବା ସହ ରାଇଘର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.