ସେବେ ହଜିଥିଲା ଝିଅ, ଏବେ ହଜିଗଲା ପୁଅ : ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା

Published By : Prameya-News7 Bureau | December 20, 2020 IST

ମୋହନା,୨୦/୧୨: ଗଜପତି ଜିଲ୍ଲା ମୋହାନା ସ୍ଥିତ ପାଞ୍ଚଆମ୍ବ ଘାଇ ସାହିରୁ ଜଣେ ଶିଶୁପୁତ୍ର ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ୧୧ ବର୍ଷର ପୁଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଆ ଫାବିନା ଲିମା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ୬ ବର୍ଷ ତଳେ ମହିଳାଙ୍କର ୧୦ ବର୍ଷର ଝିଅ ମଧ୍ୟ ନିଖୋଜ ହୋଇଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି ।

ଅଭିଯୋଗ ଅନୁସାରେ, ଫାବିନା ମଙ୍ଗଳବାର ତାଙ୍କ ୧୧ ବର୍ଷର ଶିଶୁପୁତ୍ର ଅପୂର୍ବ ଲିମାକୁ ଘରେ ଛାଡ଼ି ଧାଡ଼ିଆମ୍ବ ଗାଁକୁ ଯାଇଥିଲେ । କିନ୍ତୁ ଶୁକ୍ରବାର ଘରକୁ ଫେରି ପୁଅ ନଥିବା ଦେଖିଥିଲେ। ଗାଁରେ ବହୁ ଖୋଜାଖୋଜି କରିବା ପରେ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ପଚାରିଥିଲେ। କିନ୍ତୁ ପୁଅର କୌଣସି ସନ୍ଧାନ ମିଳିନଥିଲା।

ଶନିବାର ପୁଅ ନିଖୋଜ ହୋଇଥିବା ନେଇ ଫାବିନା ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫାବିନାଙ୍କ ବଡ଼ ଝିଅ ପାର୍ବତୀ ଗାଁରେ ବିବାହ କରିଥିବା ବେଳେ ମଝିଆ ଝିଅ ବନଲତା ମାଳି ୬ ବର୍ଷ ତଳୁ ନିଖୋଜ ଥିବା ନେଇ ମଧ୍ୟ ଏତଲାରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.