ପୁଅ ନିଖୋଜ, ମା ଆଖିରୁ ଶୁଖୁନି ଲୁହ...

Published By : Prameya-News7 Bureau | January 25, 2022 IST

ମହାକାଳପଡ଼ା ୨୫/୦୧ : ‘ବାବୁ ମୁଁ ହାତ ଯୋଡୁଛି  । ମୋ ପୁଅକୁ ଫେରେଇ ଆଣ। ତାକୁ ଦାଲାଲ ହାତକୁ ବିକି ଦେଇଛନ୍ତି । ମୁଁ ତାକୁ ଖୋଜି ଖୋଜି ପାଉନି।‘ ଏମିତି ଆକୁଳ ନିବେଦନ କରିଛନ୍ତି ଜଣେ ମା’ ।  ଦଲାଲ କବଳରୁ ପୁଅର ମୁକ୍ତି ପାଇଁ ଆକୁଳ ନିବେଦନ କରିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ  ଜମ୍ବୁ ଗ୍ରାମର ଦିନ ମଜୁରିଆ ମା  ସୁଷମା ମଣ୍ଡଳ । ସୁଷମା ସ୍ଵାମି ଠାରୁ ଦିର୍ଘଦିନ ଧରି ଅଲଗା ରହୁଛନ୍ତି । ବଡ ଦୁଇ ପୁଅ ବିବାହ ପରେ ମା କୁ ଛାଡି   ଅଲଗା ରହୁଛନ୍ତି । ସୁଷମା ସାନ ପୁଅ ନିତାଇ ମଣ୍ଡଳଙ୍କ ସହ  ଜମ୍ବୁ ଗ୍ରାମରେ ଭଙ୍ଗା ଚାଳ ଘରେ ରହୁଛନ୍ତି । 

ସୁଷମା ପେଟ ପୋଷିବା ପାଇଁ ପାରଦ୍ବୀପ ଅଂଚଳକୁ କାମ କରିବାକୁ ଯାଇଥିଲେ । ଘରେ ନିତାଇ ମଣ୍ଡଳ ରହୁଥିଲେ ।  ସୁଷମା ଘରେ ନଥିବା ବେଳେ ସେହି ଗ୍ରାମର ଜୈନିକ ବ୍ୟକ୍ତି ତାଙ୍କୁ ସିକନ୍ଦରାବାଦ କୁ କାମ କରିବାକୁ ନେଇଯାଇ ଥିଲେ। ପରେ ସେଠାରେ ଅନ୍ୟ ଏକ ଠିକାଦାର ପାଖରେ ଛାଡି ଦେଇଥିଲେ ।

 ମା ପାରଦ୍ବୀପରୁ ଆସି ପହଁଚିବା ପରେ ପୁଅକୁ ନପାଇ ଖୋଜା ଖୋଜି କରିଥିଲେ।  ପରେ ଜାଣିବାକୁ ପାଇଥିଲେ  ପୁଅକୁ ଗ୍ରାମର ଜଣେ ବ୍ୟକ୍ତି ବାହାର ରାଜ୍ୟକୁ କାମ କରିବାକୁ ପଠାଇ ଦେଇଛନ୍ତି । ଗ୍ରାମବାସୀ ମାନଙ୍କ ସହଯୋଗରେ ପୁଅକୁ ଖୋଜିବା ପାଇଁ ମା ସିକନ୍ଦରାବାଦ ଯାଇଥିଲେ। ହେଲେ ସେଠାରେ ପୁଅକୁ ନପାଇ ଥାନାରେ ଦ୍ବାରସ୍ଥ  ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ପୁଅର ପତ୍ତା ମିଳି ପାରିନି । ପୁଅକୁ ଉଦ୍ଧାର କରିବା ପାଇଁ ମା ସରକାରଙ୍କ ନିକଟରେ  ଆକୁଳ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.