Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ମୋ ଜୀବନ ଗଲେ ଯାଉ…’: ବାପାଙ୍କ ପାଇଁ ଆଇସିୟୁ ବେଡ୍‌ ଛାଡ଼ିଦେଲା ପୁଅ

30/04/2021 at 6:30 PM

ନୋଏଡା ୩୦/୪: କରୋନା ଦେଶକୁ ଏମିତି ଦିନ ଦେଖାଇଛି, ଯେଉଁଠି ପୂରା ପରିବାର ଭୂତାଣୁ ବିରୋଧରେ ଲଢ଼େଇ କରୁଛି । ହସ୍ପିଟାଲରେ ବେଡ୍‌ ଖୋଜିବା ପାଖରୁ ଅକ୍ସିଜେନ୍‌ ସିଲିଣ୍ଡର ଭରିବା ପାଇଁ ଘଣ୍ଟା ଘଣ୍ଟା ଲାଇନ୍‌ରେ ଛିଡ଼ା ହେବା ପର୍ଯ୍ୟନ୍ତ ସବୁକିଛି ପରିବାର ସଦସ୍ୟ ପରଷ୍ପର ପାଇଁ କରୁଥିବା ଦେଖିବାକୁ ମିଳୁଛି। ଏହି ସଙ୍କଟ ସମୟ​‌ରେ ପରିବାର ସବୁଠୁ ବଡ଼ ଶକ୍ତି। ନୋଏଡାର ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଏହି କଥାକୁ ସାବ୍ୟସ୍ତ କରିବା ସହ ପରିବାରର ମହତ୍ବକୁ ବୁଝାଇ ଦେଇଛି।

ଗ୍ରେଟର ନୋଏଡାର ମୟଙ୍କ ପ୍ରତାପ ସିଂହ କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଯେତେବେଳେ ଖବର ଆସିଲା ଯେ, ବାପାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଛି, ଆଡମିଟ୍‌ ହୋଇଥିବା ଆଇସିୟୁ ବେଡ୍‌ ଛାଡ଼ିଦେଇଛି ପୁଅ । ଏବେ ମୟଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ତାଙ୍କ ବାପା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମୟଙ୍କଙ୍କ ବାପା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ଜରୁରୀ ଥିଲା। ଠିକ୍‌ ଏହି ସମୟରେ ଜଣେ ବାପାକୁ ପୁଅର ସାହାରା ମିଳିଲା ଯିଏକି ନିଜେ କରୋନା ସଂକ୍ରମିତ ଅଛନ୍ତି। ଗ୍ରେଟର ନୋଏଡା ଓ୍ବେଷ୍ଟର ପଂଚଶୀଳ ଗ୍ରୀନ୍‌ ସୋସାଇଟ୍‌ରେ ରହୁଥିବା ମୟଙ୍କ ପ୍ରତାପ ସିଂହଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ୮ ଏପ୍ରିଲରୁ ମୟଙ୍କଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ବେଳେ ତାଙ୍କର ଅକ୍ସିଜେନ୍‌ ଲେଭଲ୍‌ କମ୍‌ ହୋଇଯାଇଥିଲା। ତାଙ୍କର ଛାତିରେ ସଂକ୍ରମଣ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ବେଳେ ତାଙ୍କ ବାପାଙ୍କ ଅବସ୍ଥା ଖରାପ ହେବାରେ ଲାଗିଲା। ଏହି ସମ୍ପର୍କରେ ଜାଣିବା ପରେ ମୟଙ୍କ ହସ୍ପିଟାଲରେ ଏକ ଦାବି ପତ୍ର ଦେଇ କହିଥିଲେ ସେ ଡିସଚାର୍ଜ ହେବାକୁ ଚାହୁଁଛନ୍ତି  ଏବଂ ତାଙ୍କୁ କିଛି ହେଲେ ସେ ନିଜେ ଏଥିପାଇଁ ଦାୟୀ ରହିବେ। ଅନ୍ୟପଟେ ପରିବାର ଲୋକେ ମୟଙ୍କଙ୍କ ବାପାଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ଖୋଜି ନପାଇବା ପରେ ସେ ନିଜର ବେଡ ଛାଡ଼ିଦେଇଛନ୍ତି ।

   Related Posts