ପାରିବାରିକ କଳହକୁ କେନ୍ଦ୍ରକରି ମା’କୁ ପୋଡି ମାରିଦେଲା ପୁଅ
5/07/2019 at 2:26 PM

ପଟ୍ଟାମୁଣ୍ଡାଇ ୫|୭: କେନ୍ଦ୍ରାପଡା ରାଜନଗରରେ ଶୈଳେନ୍ଦ୍ର ସରାଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଜ ମା’କୁ ପୋଡି ମାରିଦେଲା ପୁଅ । ମୃତ ମହିଳା ହେଲେ ମୁକ୍ତକେଶୀ ଓଝା । ଏନେଇ ସ୍ଥାନୀୟ ତାଳଚୁଆ ମେରାଇନ୍ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଶୁକଦେବ ଓଝାଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି ପାରିବାରିକ କଳହ ଲାଗିରହିଥିଲା । ତବେ ଗତକାଲି ଅଭିଯୁକ୍ତ ସୁକଦେବ ଓଝା ନିଜ ମା’ ମୁକ୍ତକେଶୀ ଓଝାଙ୍କୁ ନିଜ ମାନସିକ ଭାରସାମ୍ୟ ହାରାଇ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ନେଇ ବଡ ପୁଅ ଶ୍ରୀକାନ୍ତ ତାଳଚୁଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁକ୍ତକେଶୀଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲେ । ଅଭିଯୁକ୍ତ ଶୁକଦେବ ଓଝାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।