ମା’ର ଯନ୍ତ୍ରଣା ଆଉ ଦେଖିପାରିଲିନି, ତାକୁ ସବୁ ଦିନ ପାଇଁ….

Published By : Prameya-News7 Bureau | December 31, 2019 IST

ମୁମ୍ବାଇ ୩୧.୧୨-ମାଆର ରୋଗ ଜନୀତ  ଯନ୍ତ୍ରଣା ଦେଖିପାରିଲାନି ପୁଅ।  ତାକୁ ଅସହ୍ୟ ହେଲା ବୁଢୀ ମାଆର କଷ୍ଟ । ତେଣୁ ସେ ନେଲା ଏକ ଚରମ ନିଷ୍ପତ୍ତି । ୬୨ ବର୍ଷର ବୃଦ୍ଧାଙ୍କୁ ତାଙ୍କର ୩୦ ବର୍ଷର ପୁଅ ହତ୍ୟା କରିଛି । ଆଉ କହୁଛି, ରୋଗୀଣା ମାଆକୁ ସେ ମୁକ୍ତି ଦେଇଛି । ମୁମ୍ବାଇର ତାରାପୁର ସ୍ଥିତ ଭାବା ଆଟମିକ୍ ରିସର୍ଚ୍ଚ କଲୋନୀରେ ଘଟିଛିଏହି ବେଦନାଦାୟକ ଘଟଣା । ମୃତ ମହିଳାଙ୍କ ନାମ ହେଲା  ଚନ୍ଦ୍ରାବତୀ । ତାଙ୍କୁ ହତ୍ୟା କରିଛି ସାନପୁଅ ଜୟପ୍ରକାଶ ।

ଚନ୍ଦ୍ରାବତୀ ତାଙ୍କ ୭୦ ବର୍ଷୀୟ ସ୍ୱାମୀ ଓ ଜଣେ ଝିଅ ସହ ଭାବା ଆଟମିକ ରିସର୍ଚ୍ଚ କଲୋନୀରେ ରହୁଥିଲେ । ତାଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ କର୍ମଚାରୀ । ତେବେ ତାଙ୍କର ଦୁଇ ପୁଅ ସେହି କଲୋନି ନିକଟରେ ଅଲଗା ରୁହନ୍ତି । ଘଟଣାଦିନ ଘରେ କେହି ନଥିବା ବେଳେ ସେଠାକୁ ଆସିଥିବା ସାନପୁଅ  ଜୟପ୍ରକାଶ ଲାଗି  ଜଲଖିଆ ପ୍ରସ୍ତୁତ କରୁଥିଲେ ଚନ୍ଦ୍ରାବତୀ । ତେବେ ହଠାତ୍ ଜୟପ୍ରକାଶ ଏକ ଲୁହାରଡରେ ଚନ୍ଦ୍ରାବତୀଙ୍କ ମୁଣ୍ଡକୁ ପଛପଟୁ ଆଘାତ କରିଥିଲା । ଘଟଣା ସ୍ଥଳରେ ହିଁ ଚନ୍ଦ୍ରାବତୀଙ୍କ ମୃତ୍ୟୁ ହୋଇଥିଲା ।

 ଦିନ ୧୧ ଟା ବେଳେ ଚନ୍ଦ୍ରାବତୀଙ୍କ ବଡପୁଅ ବାପ-ମାଆଙ୍କ ସହ ଦେଖା କରିବାକୁ ଆସିବା ବେଳକୁ  ଏପରି ସ୍ଥିତି ଦେଖିଥିଲେ । ଚନ୍ଦ୍ରାବତୀଙ୍କ ଶରୀର  ରକ୍ତାକ୍ତ ହୋଇ ଲୋଟୁଥିବା ବେଳେ, ସେଠାରେ ଜୟପ୍ରକାଶ ଚୁପ୍‌ଚାପ୍ ବସିଥିଲେ । ଲୁହାରଡଟି ସେଠାରେ ପଡିଥିଲା । ଜୟପ୍ରକାଶଙ୍କ ମାନସିକ ସମସ୍ୟା ଥିବା ଏବଂ ସେ ବେକାର ଥିବା ପୋଲିସରେ  କହିଛନ୍ତି ଅଭିଯୋଗ କାରୀ ଭାଇ । ପୋଲିସ ଜୟପ୍ରକାଶକୁ ଗିରଫ କରିଛି ।

ତେବେ ମାଆକୁ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଏପରି କରିଥିବା ପୋଲିସକୁ କହିଛି ଜୟପ୍ରକାଶ । ଚନ୍ଦ୍ରାବତୀ  ଡାଏବେଟିସ୍, ବ୍ଲଡପ୍ରେସର ଏବଂ ଆଣ୍ଠୁଗଣ୍ଠି ବାତ ତଥା ଅନ୍ୟ କେତେକ ରୋଗରେ ଆକ୍ରାନ୍ତ ଥିଲେ । ସେ ଅସୁସ୍ଥତା ଯୋଗୁଁ  ଯନ୍ତ୍ରଣା ବି ଭୋଗୁଥିଲେ । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଜୟପ୍ରକାଶ ମାନସିକ ରୋଗୀ କି ନା ତାହାର ଡାକ୍ତରୀ ପରୀକ୍ଷା କରାଯିବା ବୋଲି ତଦନ୍ତକାରୀ ଅଫିସର କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.