Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜଣେ ଭୟଙ୍କର ମାତୃହନ୍ତା : ଛୁରୀରେ ବେକକୁ କାଟିଦେଲା, ହତ୍ୟାକାଣ୍ଡର ଭିଡିଓ କଲା, ଯାହା କହିଲା ଶୁଣିଲେ ଥରିଯିବ ଛାତି

31/07/2020 at 7:28 PM

ଭୋପାଳ, ୩୧|୦୭: ମାଆକୁ ନିର୍ମମ ଭାବେ ହତ୍ୟା କଲା ପୁଅ । ଏପରିକି ହତ୍ୟା କରିବା ବେଳ ଭିଡିଓ ମଧ୍ୟ ସୁଟ୍ କଲା । ଏପରି ଜଘନ୍ୟ କାଣ୍ଡ ଘଟିଛି ମଧ୍ୟପ୍ରଦେଶର ରେଓ୍ୱା ଜିଲ୍ଲାରେ । ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।

ସୂଚନାନୁସାରେ, ରେଓ୍ୱା ଜିଲ୍ଲାରେ ସାବିତ୍ରୀ ଦେବୀ, ତାଙ୍କ ସ୍ୱାମୀ ଧିରେନ୍ଦ୍ର ପାଣ୍ଡେ ବାସ କରନ୍ତି । ସେମାନଙ୍କର ବଡ ପୁଅ ଗତ ବର୍ଷ ପ୍ରାଣ ହରାଇଥିଲେ । ଏହାପରେ ସାବିତ୍ରୀଙ୍କ ମାନସିକ ସ୍ଥିତି ବିଗିଡି ଯାଇଥିଲା । ତେବେ ସାନ ପୁଅ ଦେବେନ୍ଦ୍ର କୌଣସି କାମ ଧନ୍ଦା ନକରି ଘରେ ରୁହନ୍ତି  । ଏହାକୁ ନେଇ ଦେବେଦ୍ର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସର୍ବାଦା କଳହ ଲାହି ରହେ । ଗତ କିଛିଦିନ ଧରି ଦେବେନ୍ଦ୍ର ସାବିତ୍ରୀଙ୍କ ସହ ଝଗଡା କରିବା ସହ ଗାଳି ଗୁଲଜ ମଧ୍ୟ କରୁଥିଲେ । ସାବିତ୍ରୀ ତାଙ୍କୁ କମ୍ ଭଲ ପାଉଥିବା ଦେବେନ୍ଦ୍ର ବାରମ୍ବାର ଅଭିଯୋଗ କରୁଥିଲେ । ତେବେ ରବିବାର ଏହି କଥାକୁ ନେଇ ଦେବେନ୍ଦ୍ର ସାବିତ୍ରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ହତ୍ୟା କରିଥିଲେ । ଏପରିକି ହତ୍ୟାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ ।

ହତ୍ୟା ପରେ ସାବିତ୍ରୀଙ୍କ ପତି ଧିରେନ୍ଦ୍ର ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଦେବେନ୍ଦ୍ରକୁ ଗିରଫ କରିଥିଲା । ଏପରିକି ଦେବେନ୍ଦ୍ରଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି । ମୋବାଇଲରେ ଦେବେନ୍ଦ୍ର ହତ୍ୟାର ସମ୍ପୂର୍ଣ୍ଣ ଦୃଶ୍ୟ ରେକର୍ଡ କରିଛନ୍ତି । ସେ କିପରି ମାଆଙ୍କୁ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଥିଲେ ତାହା ମଧ୍ୟ ରେକର୍ଡ ହୋଇଛି ।

   Related Posts