କଳାହାଣ୍ଡିରେ ଠେଙ୍ଗାରେ ପିଟି ପିଟି ମା କୁ ହତ୍ୟା କଲା ପୁଅ
12/11/2018 at 12:27 PM

କଳାହାଣ୍ଡି ୧୨/୧୧: ଜୟପାଟଣା ଥାନା ତାଲପଦର ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତା ହେଲେ ସୁମନୀ ଶବର। ଅଭିଯୁକ୍ତ ପୁଅ ଅର୍ଜୁନ ଶବର ପୋଲିସ ଦ୍ବାରା ଅଟକ ହୋଇଛି। ମୃତଦେହକୁ ପୋଡିବାକୁ ଯୋଜନା କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୋଲିସ ଗାଁକୁ ପହଂଚି ଶବ ଉଦ୍ଧାର କରିଛି। ପୋଲିସ୍ ତଦନ୍ତ ଜାରି ରଖିଛି।ଅର୍ଜୁନ ମଦ ପିଇ ରାତି ରେ ମା ସହ ଝଗଡ଼ା କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ପୁଅ ମା ର ମୁଣ୍ଡରେ ଠେଙ୍ଗାରେ ପାହାର କରିଥିଲା । ଘଟଣାସ୍ଥଳରେ ହିଁ ମା ର ମୃତ୍ୟୁ ହୋଇଥିଲା।