ଆଠଗଡ କଖଡୀ ଗାଁରେ ମାକୁ ହାଣି ମାରିଦେଲା ପୁଅ
15/07/2019 at 12:35 PM

ଆଠଗଡ୧୫|୭: ଘରୋଇ କଳିକୁ କେନ୍ଦ୍ର କରି ମାକୁ ହାଣିଲା ପୁଅ ।ଆଠଗଡ କଖଡୀରେ ହତ୍ୟାକାଣ୍ଡ ।ମୃତକ ହେଲେ ସାବିଦେଉରୀ ।ହତ୍ୟାକାରୀ ପୁଅ ପ୍ରକାଶ ପ୍ରଧାନ ଘଟଣାସ୍ଥଳରୁ ଫେରାର ।

ଆଠଗଡ, ଚୌଦ୍ବାର ଥାନା ଅନ୍ତର୍ଗତ କଖଡ଼ି ଗାଁ ରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳିକୁ ନେଇ ପୁଅ ପ୍ରକାଶ ପ୍ରଧାନ ମା ସାବି ପ୍ରଧାନ କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପରିବାର ଲୋକେ ଓ ଗ୍ରାମବାସୀ ଗୁରୁତର ଅବସ୍ଥାରେ ସାବି କୁ ଆଠଗଡ ମେଡିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଚୌଦ୍ବାର ପୋଲିସ ପକ୍ଷରୁ କଖଡ଼ିରେ ତଦନ୍ତ ଆରମ୍ଭ ହୋଇଛି। ମାକୁ ହାଣିଥିବା ପୁଅ ପ୍ରକାଶ ଫେରାର ହୋଇଯାଇଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021