Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନିଷିଦ୍ଧ ସମ୍ପର୍କରୁ ଭୟାନକ ପରିଣତି : ମାଆକୁ ଦୁଷ୍କର୍ମ ପରେ ହତ୍ୟା କଲା ପୁଅ

16/11/2020 at 3:44 PM

ବେଙ୍ଗାଲୁରୁ,୧୬|୧୧: ନୃଶଂସ ପୁଅ । ସଇତାନ ସାଜି ନିଜ ମାଆକୁ କଲା ହତ୍ୟା । ହତ୍ୟା କରିବା ପୂର୍ବରୁ କରିଥିଲା ରାକ୍ଷସ ଭଳି ଦୁଷ୍କର୍ମ । ଏପରି ଏକ ସାଙ୍ଘାତିକ ଘଟଣା ଘଟିଛି କର୍ଣ୍ଣାଟକର ହାଭେରି ଜିଲ୍ଲାରେ । ଏହି ନୃଶଂସ କାଣ୍ଡ ଭିଆଇଥିବା ୨୧ ବର୍ଷୀୟ ଯୁବକକୁ ଗିରଫ କରିଛି ସିଭାଗି ପୋଲିସ ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପୋଲିସ କହିଛି ଯେ, ହାଭେରିର ବାନାହାଲିରେ ରୁହନ୍ତି ଶିଭାପ୍ପା । ସେ ନିଜ ମାଆଙ୍କୁ ଦୁଷ୍କର୍ମ କରିବା ସହ ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି । ଜେରା ବେଳେ ଶିଭାପ୍ପା ସମସ୍ତ ସତ ମାନି ଯାଇଥିଲେ । ତେବେ ଶିଭାପ୍ପାଙ୍କ ବାପା ଗତ ବର୍ଷ ମୃତ୍ୟୁବରଣ କରିଥିଲେ । ଏହାପରେ ଶିଭାପ୍ପାଙ୍କ ମାଆ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏପରିକି ଶିଭାପ୍ପାଙ୍କ ସହ ମଧ୍ୟ ଅନୈତିକ ତଥା ନିଷିଦ୍ଧ ସଂପର୍କ ରଖିଥିଲେ ସେ। ଏହା ହିଁ ପରବର୍ତ୍ତୀ ସମୟରେ ଏକ ଭୟଙ୍କର ପରିଣତି ହୋଇଛି। ଏକାଧିକ ବ୍ୟକ୍ତିଙ୍କ ସହ ମାଆର ଅନୈତିକ ସଂପର୍କକୁ ନେଇ ଶିଭାପ୍ପା ଖୁସି ନଥିଲେ । ସେ କେବଳ ତାଙ୍କ ସହ ସମ୍ପର୍କ ରଖନ୍ତୁ ବୋଲିେ ଶିଭାପ୍ପା ଚାହିଁଥିଲା ।

ବାରଣ ସତ୍ତ୍ୱେ ମହିଳାଜଣଙ୍କ ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ । ତେଣୁ ଉତ୍ତେଜିତ ହୋଇ ଶିଭାପ୍ପା ତାଙ୍କ ମାଆଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏପରି ଭୟଙ୍କର ସଂପର୍କ କେବଳ ନିନ୍ଦନୀୟ ନୁହେଁ ଅତି ଚିନ୍ତାଜନକ ଓ କଦର୍ଯ୍ୟ କୁତ୍ସିତ। ଏହାର ପରିଣତି ମଧ୍ୟ ସେହି ଭଳି ହୋଇଛି ଭୟଙ୍କର।

   Related Posts