Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ପ୍ରତିଶୋଧ: ବାପାକୁ ଯେଉଁ ତାରିଖ ଓ ଯେଉଁ ସମୟରେ ହତ୍ୟା ହୋଇଥିଲା ବର୍ଷକ ପରେ ଠିକ ସେହି ତାରିଖ ସେହି ସମୟରେ ହତ୍ୟାକାରୀକୁ ହତ୍ୟା କଲା ପୁଅ

10/11/2018 at 1:41 PM

ଯଶପୁର ୧୦/୧୧ : ବାପାର ହତ୍ୟାକାରୀକୁ ବର୍ଷକ ପରେ ଠିକ ସେହି ତାରିଖ ଓ ସେହି ସମୟରେ ହତ୍ୟା କଲା ମୃତକଙ୍କ ପୁଅ | ଘଟଣା ଘଟିଛି ଛତିଶଗଡ଼ର ଯଶପୁର ବରଟୋଲୀରେ | ୨୦ ବର୍ଷ ବୟସ୍କ ଅଭିଯୁକ୍ତ ନିଶାନ୍ତ ବାପାର ହତ୍ୟାକାରୀକୁ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି |

ସୂଚନା ଅନୁସାରେ ବରଟୋଲୀ ବାସିନ୍ଦା ୨୦ ବର୍ଷ ବୟସ୍କ ରାହୁଲ ୮ ତାରିଖ ଦିନ ସକାଳ ୮ଟା ବେଳକୁ ନିଜ ଘରୁ କିଛି କାମରେ ବାହାରକୁ ଯାଇଥିଲେ | ଦିନ ପ୍ରାୟ ୧୦ଟା ବେଳକୁ ବରଟୋଲୀର ଏକ କ୍ରିକେଟ ପଡିଆ ନିକଟରେ ସେ ଥିବାବେଳେ ସେଠାରେ ଏକ ବାଇକରେ ଅଭିଯୁକ୍ତ ନିଶାନ୍ତ ମଧ୍ୟ ପହଞ୍ଚିଥିଲା | ରାହୁଲ ସହ ନିଜ ଆଡୁ ଝଗଡା ଆରମ୍ଭ କରିଥିଲା ଓ ରାହୁଲକୁ ନିଶାନ୍ତ ଧକ୍କା ମାରିଥିଲେ | ଫଳରେ ରାହୁଲ ତଳେ ପଡିଯାଇଥିଲା | ରାହୁଲ ଉଠିବା ପୂର୍ବରୁ ନିଶାନ୍ତ ଏକ ଧାରୁଆ ଖଣ୍ଡାରେ ହାଣି ରାହୁଲର ଗଣ୍ଡି-ମୁଣ୍ଡ ଅଲଗା କରିଦେଇଥିଲା |

ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସ ୮ତାରିଖ ଠିକ ୧୦ଟା ବେଳକୁ ଅଭିଯୁକ୍ତ ନିଶାନ୍ତର ବାପା ବ୍ରହ୍ମଦେବ ନାୟକଙ୍କୁ ରାହୁଲ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ପୋଲିସ ବ୍ରହ୍ମଦେବଙ୍କ ହତ୍ୟା ଘଟଣାରେ ରାହୁଲକୁ ଗିରଫ ମଧ୍ୟ କରିଥିଲା | କିନ୍ତୁ ମାମଲାରେ ୬ମାସ ତଳେ ରାହୁଲକୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଥିଲା | ରାହୁଲଙ୍କୁ ଅଦାଲତ ଖଲାସ କରିବା ପରଠୁ ନିଶାନ୍ତ ବିଭିନ୍ନ ସମୟରେ ରାହୁଲକୁ ଧମକ ଚମକ ଦେଇଆସୁଥିଲା |
ବାପାର ହତ୍ୟାକାରୀକୁ ହତ୍ୟା କରିବା ପରେ ନିଶାନ୍ତ ଶାନ୍ତ ହୋଇଯାଇଥିଲା | ଥାନାକୁ ଯାଇ ନିଜେ ଆତ୍ମା ସମର୍ପଣ କରିଥିଲା | ପୋଲିସ ନିଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି |

   Related Posts